ରାଷ୍ଟ୍ରପତିଙ୍କ ପ୍ରୋଟୋକଲ ଭାଙ୍ଗିବାରୁ ଇଞ୍ଜିନିୟର ନିଲମ୍ବିତ

0

ଯୋଧପୁର: ଜାନୁଆରି ୪ ତାରିଖ ଦିନ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମ ସମୟରେ ସୁରକ୍ଷା ପ୍ରୋଟୋକଲ୍‌ ଉଲ୍ଲଂଘନ କରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପାଦ ଛୁଇଁବା ଲାଗି ଉଦ୍ୟମ କରିଥିବା ରାଜସ୍ଥାନ ସରକାରଙ୍କର ଜଣେ ମହିଳା ଇଞ୍ଜିନିୟର୍‌ଙ୍କୁ ଶୁକ୍ରବାର ଦିନ ନିଲମ୍ବନ କରାଯାଇଛି।

ଗୃହମନ୍ତ୍ରାଳୟ ହସ୍ତକ୍ଷେପ କରିବାରୁ ଶୁକ୍ରବାର ଦିନ ରାଜସ୍ଥାନ ଜନସ୍ବାସ୍ଥ୍ୟ ଇଞ୍ଜିନିୟରିଙ୍ଗ୍‌ ବିଭାଗ ତାଙ୍କୁ ନିଲମ୍ବିତ କରିଛି।

ଜନସ୍ବାସ୍ଥ୍ୟ ଇଞ୍ଜିନିୟରିଙ୍ଗ୍‌ ବିଭାଗର (ପ୍ରଶାସନ) ଚିଫ୍‌ ଇଞ୍ଜିନିୟର୍‌ ଜାରି କରିଥିବା ଆଦେଶରେ ଉଲ୍ଲେଖ ଅଛି, ଜାନୁଆରି ୪ ତାରିଖ ଦିନ ରୋହେତ୍‌ରେ ଆୟୋଜିତ ଜାମ୍ବୋରୀ ସ୍କାଉଟ୍‌ ଗାଇଡ୍‌ର ଉଦ୍‌ଘାଟନୀ କାର୍ଯ୍ୟକ୍ରମ ବେଳେ ଜନସ୍ବାସ୍ଥ୍ୟ ଇଞ୍ଜିନିୟରିଙ୍ଗ୍‌ ବିଭାଗର କନିଷ୍ଠ ଯନ୍ତ୍ରୀ ଅମ୍ବା ସିୟୋଲ୍‌ ପ୍ରୋଟୋକଲ୍‌ ଉଲ୍ଲଂଘନ କରି ରାଷ୍ଟ୍ରପତିଙ୍କ ପାଦ ସ୍ପର୍ଶ କରିବାକୁ ଉଦ୍ୟମ କରିଥିଲେ। ତେଣୁ, ରାଜସ୍ଥାନ ସିଭିଲ୍ ସର୍ଭିସ୍‌ ନିୟମାନୁସାରେ, ତାଙ୍କୁ ନିଲମ୍ବିତ କରାଯାଇଛି।

Leave A Reply

Your email address will not be published.