ଭାରତର ସଫଳତାକୁ ଦେଖି ପାକିସ୍ଥାନରେ ଉତ୍ସାହ

0

ଇସ୍‌ଲାମ୍‌ବାଦ୍‌: ଗତକାଲି ସଂଧ୍ୟାରେ ଚନ୍ଦ୍ରରେ ଅବତରଣ କରି ମଣିଷ ଇତିହାସ ରହିଥିବା ବେଳେ ଏହାକୁ ନେଇ ବିଭିନ୍ନ ଦେଶରେ ଚର୍ଚ୍ଚା ଆରମ୍ଭ ହୋଇଛି। ସୋସିଆଲ୍‌ ମିଡିଆରେ ଏବେ ପାକିସ୍ତାନର ଏକ ଭିଡିଓ ଖୁବ୍‌ ଜୋର୍‌ରେ ଭାଇରାଲ୍‌ ହେବାରେ ଲାଗିଛି। ଭାଇରାଲ୍‌ ଭିଡିଓରେ ଜ‌ଣେ ପାକିସ୍ତାନୀ ‘ଆମେ ଚାନ୍ଦରେ ଅଛୁ’ ବୋଲି କହୁଥିବାର ଶୁଣିବାକୁ ଲାଗିଛନ୍ତି।

ଚାନ୍ଦରେ ରହୁନାହୁଁ’। ତା’ପରେ ବ୍ୟକ୍ତି ଜଣକ ଉତ୍ତର ଦେଉଛନ୍ତି, ‘ଚାନ୍ଦରେ ପାଣି ଅଛି? ଚାନ୍ଦରେ ଗ୍ୟାସ୍‌ ଅଛି? ଚାନ୍ଦରେ ବିଦ୍ୟୁତ୍‌ ଅଛି?’ ରିପୋର୍ଟରେ ଜଣକ ନାଁ କହିବା ପରେ ବ୍ୟକ୍ତି ଜଣକ କହୁଛନ୍ତି କି ଏସବୁ ଜିନିଷ ଏଠି ବି ନାହିଁ। ସେ ସଂପୃକ୍ତ ଅଞ୍ଚଳରେ ବିଦ୍ୟୁତ୍‌ ନଥିବା ବେଳେ ଅନ୍ଧକାର ଆଡ଼କୁ ରିପୋର୍ଟରଙ୍କୁ ଦେଖାଇ ‘ଦେଖ ଏଠାରେ ବି ଅନ୍ଧାର’ ବୋଲି କହୁଛନ୍ତି।

ଆପଣ ଜାଣନ୍ତି ଯେ ବୁଧବାର ସଂଧ୍ୟାରେ ଚନ୍ଦ୍ରଯାନ-୩ର ଲ୍ୟାଣ୍ଡର୍‌ ସଫଳତାର ସହ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିଛି। ଲ୍ୟାଣ୍ଡ୍‌ର ଅବତରଣ କରିବା ପରେ ରୋଭର ସେଥିରୁ ବାହାରି ସାରିଲାଣି। ଏବେ ୧୪ ଦିନ (ଚନ୍ଦ୍ରପୃଷ୍ଠର ୧ ଦିନ) ଘୂରିବା ପରେ ସେଠାକାର ବାତାବରଣ ସଂପର୍କରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)କୁ ସୂଚନା ପ୍ରଦାନ କରିବ।

Leave A Reply

Your email address will not be published.