ପୁଣି ଆଜି ସଂସଦରେ ଶାଣିତ ସ୍ଵରରେ କଂଗ୍ରେସକୁ ସମାଲୋଚନା କଲେ ମୋଦି

0

ନୂଆଦିଲ୍ଲୀ : ଆଜି ପୁଣି ସଂସଦରେ ଗାନ୍ଧି ପରିବାରକୁ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁଙ୍କୁ ବିତର୍କ ଘେରକୁ ଟାଣି ଗାନ୍ଧି ପରିବାରକୁ ଶାଣିତ ସମାଲୋଚନା କରିଛନ୍ତି। ମୋଦି କହିଛନ୍ତି ଯେ, ଯଦି ନେହରୁ ଏତେ ବଡ଼ ଜଣେ ମହାନ ବ୍ୟକ୍ତିତ୍ୱ ‌ଥିଲେ ତେବେ ତାଙ୍କ ପରିବାର ଲୋକେ କାହିଁକି ‘ନେହରୁ’ ସରନେମ ରଖିଲେ ନାହିଁ। ଆଜି ରାଜ୍ୟ ସଭାରେ ନିଜ ଅଭିଭାଷଣ ରଖୁଥବା ବେଳେ କଂଗ୍ରେସକୁ କଡ଼ା ସମାଲୋଚନା କରିଛନ୍ତି ସେ । ମୋଦି କହିଛନ୍ତି ଯେ, ବର୍ତ୍ତମାନ ସରକାରଙ୍କ କିଛି ଯୋଜନାରେ ନାମକୁ ନେଇ ଆପତ୍ତି ଉଠାଯାଉଛି।

କୁହାଯାଉଛି ନାମରେ କିଛି ସଂସ୍କୃତି ଛାପ ରହୁଛି। ଏଥିରେକି କିଛି ଲୋକଙ୍କୁ ସମସ୍ୟା ହେଉଛି। ମୋଦି କହିଛନ୍ତି ଯେ, ମୁଁ କୌଣସି ଏକ ଖବରକାଗଜରେ ପଢ଼ିଥିଲି ସରକାରଙ୍କ ୬୦୦ ଯୋଜନା କେବଳ ଗାନ୍ଧି ପାରିବାର ନାମରେ ଅଛି। ଯଦି କୌଣସି କାର୍ଯ୍ୟକ୍ରମରେ ନେହରୁଙ୍କ ନାମରେ ଉଲ୍ଲେଖ ନାହିଁ କିଛି ଲୋକଙ୍କ କେଶ ଠିଆ ହୋଇଯାଏ। ତାଙ୍କର ରକ୍ତ ଗରମ ହୋଇଯାଏ। କାହିଁକି ନେହରୁଙ୍କ ନାମ ଉଲ୍ଲେଖ ହେଲା ନାହିଁ। ମୋଦି କହିଛନ୍ତି ଯେ, ମୋତେ ଖୁବ ଆଶ୍ଚର୍ଯ୍ୟ କରିଛି , ହୁଏତ ଆମ ଦ୍ୱାରା ନେହରୁଙ୍କ ନାମ ଖସିଯାଉଛି , ଯଦି ଖସିଯାଉଛି ତେବେ ଆମେ ଠିକ୍ କରିଦେବୁ । କାହିଁକି ନା ସେ ଦେଶରେ ପ୍ରଥମ ପ୍ରଧାନମନ୍ତ୍ରୀ ଥିଲେ।

କିନ୍ତୁ ମୁଁ ବୁଝିପାରୁ ନାହିଁ ତାଙ୍କ ପରିବାର, ତାଙ୍କ ପିଢ଼ିର କୌଣସି ବ୍ୟକ୍ତି ନେହରୁ ସରନେମ ରଖିବାକୁ କାହିଁକି ଭୟ କରୁଛନ୍ତି। କାହିଁକି ସେମାନେ ନିଜକୁ ଲଜ୍ଜିତ ଅନୁଭବ କରୁଛନ୍ତି। ନେହରୁ ସରନେମ ରଖିବାକୁ ଏତେ ଦ୍ୱିଧା କାହିଁକି ବୋଲି ସେ ପ୍ରଶ୍ନ କରିଛନ୍ତି ।

Leave A Reply

Your email address will not be published.