ଦୀର୍ଘସମୟର ବୈଠକ ପରେ ବି ବାହାରି ପାରୁନି ନିଷ୍କର୍ସ, ଅନିଶ୍ଚିତତାରେ ମା’ ପାର୍ବତୀଙ୍କ ସହ ପ୍ରଭୁ ଲିଙ୍ଗରାଜଙ୍କ ବିବାହ
ଭୁବନେଶ୍ୱର(ଆମ ଟିଭି): ଦୀର୍ଘସମୟ ପ୍ରଶାସନ-ସେବାୟତ ମଧ୍ୟରେ ବୈଠକ ପରେ ବି ବାହାରି ପାରୁନି ନିଷ୍କର୍ସ । ଅନିଶ୍ଚିତତାରେ ମା’ ପାର୍ବତୀଙ୍କ ସହ ପ୍ରଭୁ ଲିଙ୍ଗରାଜଙ୍କ ବିବାହ । ଗତକାଲି ମହାପ୍ରଭୁ ଲିଙ୍ଗରାଜଙ୍କ ମଙ୍ଗକୃତ୍ୟ ହୋଇ ପାରି ନ ଥିବା ବେଳେ ଆଜି ଦେବ ଦମ୍ପତ୍ତିଙ୍କ ବିବାହକୁ ନେଇ ସନ୍ଦିହାନ୍ ସୃଷ୍ଟି ହୋଇଛି। ଗତକାଲି ଅପରାହ୍ନ ୫ଟାରୁ ମହାପ୍ରଭୁଙ୍କ ନୀତିକାନ୍ତି, ମଙ୍ଗନ କାର୍ୟ୍ୟ ଆଦି ସବୁ ବନ୍ଦ ରହିଛି। ପ୍ରଭୁ ଲିଙ୍ଗରାଜଙ୍କ ଶୀତଳଷଷ୍ଠୀ ଯାତ୍ରା ପୂର୍ବରୁ ବିଭିନ୍ନ ନିଯୋଗ ଓ ସେବାୟତଙ୍କ ମଧ୍ୟରେ ଦେଖାଦେଇଥିଲା ବିବାଦ । ଯାହାର ପରିଣାମ ସ୍ୱରୂପ ମହାପ୍ରଭୁ ଦୁଇଦିନ ଧରି ନୀତିକାନ୍ତିରୁ ବଞ୍ଚିତ ଅଛନ୍ତି ।
ସୂଚନାଯୋଗ୍ୟ,ସେବାୟତଙ୍କୁ ପୂର୍ବରୁ ଦିଆଯାଇଥିବା ଜମି ଠାକୁରଙ୍କ ଖାତାକୁ ଫେରିଯିବା ଏବଂ କପିଳନାଥ ଓ ପ୍ରଭୁ ଲିଂଗରାଜଙ୍କ ସେବାୟତଙ୍କ ମଧ୍ୟରେ ଥିବା ବିବାଦ ସମାଧାନ ନହେବାରୁ ଅସହଯୋଗ କରିଛନ୍ତି ଉଭୟ ନିଯୋଗ । ଏହାର ପରିଣାମ ସ୍ୱରୂପ ଏପରି ସ୍ଥିତି ସୃଷ୍ଟି ହୋଇଛି। ଏବେ ଏହାକୁ ମେଣ୍ଟାଇବାକୁ ଅଣ୍ଟା ଭିଡ଼ିଛି ପ୍ରଶାସନ । ଭୁବନେଶ୍ୱର ଉପଜିଲ୍ଲାପାଳ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ କପିଳେଶ୍ୱର ମନ୍ଦିରର ଖୁଣ୍ଟିଆ ଓ ମାଲିଆ ସେବାୟତଙ୍କ ସହ ଆଲୋଚନା ଜାରି ରହିଛି । ଦିନ ୧୧ଟାରୁ ବୈଠକ ବସିଥିବା ବେଳେ ଏଯାଏଁ ବି ଏହାର ନିଷ୍କର୍ସ ବାହାରି ପାରିନି । ଏପରି ସ୍ଥଳେ ଦେବ ଦମ୍ପତ୍ତିଙ୍କ ବିବାହ ଓ ଶୀତଳଷଷ୍ଠୀ ଯାତ୍ରା ସମ୍ଭବ ହେବ କି ନାହିଁ ତାହା ତାହା ଅନିଶ୍ଚିତତାରେ ଅଛି ।