ମହଙ୍ଗା ପଡ଼ିଲା ନଗ୍ନ ଫଟୋସୁଟ୍: ରଣବୀର ସିଂହଙ୍କ ନାଁରେ FIR
ମୁମ୍ବାଇ (ଆମ ଟିଭି): ମହଙ୍ଗା ପଡ଼ିଲା ନଗ୍ନି ଫଟୋସୁଟ । ଅଭିନେତାଙ୍କ ନାଁରେ ଜାରି ହେଲା ଏଫଆଇଆର । ବଲିଉଡ୍ ଅଭିନେତା ରଣବୀର ସିଂହଙ୍କ ନଗ୍ନ ଫଟୋସୁଟକୁ ନେଇ ବିବାଦ ଦେଖାଦେଇଥିବାବେଳେ, ଏହି ଫଟୋସୁଟକୁ ନେଇ ଏବେ ବି ଲୋକମାନେ ତାଙ୍କୁ ଟ୍ରୋଲ କରିବାରେ ଲାଗିଛନ୍ତି । ଆଉ ଏହାରି ଭିତରେ ଏବେ ରଣବୀରଙ୍କ ଅଡୁଆ ବଢିଛି, ମୁମ୍ବାଇରେ ରଣବୀରଙ୍କ ନଗ୍ନ ଫଟୋକୁ ନେଇ ଏଫଆଇଆର ରୁଜୁ ହେଇଛି । ତା ସହିତ ତାଙ୍କ ଗିରଫଦାରୀ ପାଇଁ ଦାବି କରାଯାଇଛି ।
ରଣବୀରଙ୍କ ବିରୋଧରେ ଆଇପିସି ଧାରା ୫୦୯, ୨୯୨, ୨୯୪ରେ ମାମଲା ରୁଜୁ କରାଯାଇଛି । ତା ସହିତ ଆଇଟି ଆକ୍ଟର ସେକ୍ସନ ୬୭ ଏ ଆଧାରରେ ମଧ୍ୟ ତାଙ୍କ ନାଁରେ କେସ୍ ରୁଜୁ ହୋଇଛି । ମିଳିଥିବା ସୂଚନା ମୁତାବକ ଗୋଟିଏ ଏନଜିଓ ଚଲାଉଥିବା ଲଲିତ ଶ୍ୟାମ ନାମକ ବ୍ୟକ୍ତି ରଣବୀରଙ୍କ ବିରୋଧରେ ଏହି ମାମଲା ରୁଜୁ କରିଛନ୍ତି । ତାଙ୍କ ଅଭିଯୋଗ ଏହା ଅଛି ଯେ, ରଣବୀରଙ୍କ ନଗ୍ନ ଫଟୋ ଦେଖିବା ପରେ ମହିଳାଙ୍କ ମନରେ ଲଜ୍ଜ୍ୟା ଅନୁଭବ ହେବ । ତେଣୁ ଏହି ସବୁ ଫଟୋକୁ ସୋସିଆଲ୍ ମିଡିଆରୁ ହଟାଇବାକୁ ସେ ଦାବି କରିଛନ୍ତି । ଏଫଆଇଆର ପରେ କିନ୍ତୁ ରଣବୀରଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।