ବଢ଼ିଲା ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଅବଧି

0

କଟକ: ହାଇ ସିକ୍ୟୁରିଟି ନମ୍ବରପ୍ଲେଟ୍‌ ମାମଲାର ଶୁଣାଣିରେ ପୂର୍ଣ୍ଣଛେଦ ପଡ଼ିଛି। ଆଜି ୧, ୨, ୩, ୪ ଶେଷ ନମ୍ୱର୍ ପାଇଁ ଅନ୍ତିମ ତାରିଖ ଥିବା ବେଳେ ସମୟ ସୀମା ବୃଦ୍ଧି କରିବାର ନିଷ୍ପତ୍ତି ନେଇଛନ୍ତି ସରକାର। ଡିସେମ୍ବର ୩୧ ତାରିଖ ଯାଏ ସମୟସୀମା ବୃଦ୍ଧି କରାଯାଇଛି।

ଏବେ ବୁକିଂ ପାଇଁ ପ୍ରତିଦିନ ୫୭ହଜାର ସ୍ଲଟ୍‌ ଉପଲବ୍ଧ। ଵୁକିଂ କରିଥିଲେ ନୂଆ ନମ୍ୱର୍ ପ୍ଲେଟ ଲାଗି ନଥିଲେ ବି ଜରିମାନା ଆଦାୟ ହେବ ନାହିଁ ବୋଲି ସରକାର ଅବଗତ କରାଇବା ପରେ ହାଇକୋର୍ଟ ଶୁଣାଣିରେ ଅନ୍ତଃ ଘଟିଛି। କିଛି ସମସ୍ୟା ହେଲେ ପୁଣି ଆବେଦନକାରୀ ମାମଲା କରି ପାରିବେ ବୋଲି ହାଇକୋର୍ଟ କହିଛନ୍ତି।

ପୂର୍ବରୁ ପରିବହନ ବିଭାଗ ତରଫରୁ ଦର୍ଶାଯାଇଥିଲା ଯେ ନଭେମ୍ବର ୨୦ ସୁଦ୍ଧା ପ୍ରାୟ ୩୫ ଲକ୍ଷ ୯୨୭ ଗାଡ଼ି ଏଚ୍‌ଏସ୍‌ଆର୍‌ପି ପାଇଁ ପଞ୍ଜିକରଣ କରିଛନ୍ତି। ଏଚ୍‌ଏସ୍‌ଆର୍‌ପି ସ୍ଲଟ୍ ବୁକିଂରେ କୌଣସି ଅସୁବିଧା ନାହିଁ। ପ୍ରଥମ ପର୍ଯ୍ୟାୟର ନିର୍ଦ୍ଦିଷ୍ଟ ଶେଷ ନମ୍ବର ଥିବା ଗାଡ଼ି ଗୁଡିକର ଶେଷ ତାରିଖ ନଭେମ୍ବର ୩୦ ରହିଛି।

Leave A Reply

Your email address will not be published.