ବଢ଼ୁଛି ଆଖିଧରା ରୋଗ

0

 ଭୁବନେଶ୍ଘର (ଆମ ଟିଭି): ଦିନକୁ ଦିନ ଆହୁରି ଭୟଙ୍କର ହେବାରେ ଲାଗିଛି ଆଖିଧରା ସଂକ୍ରମଣ । ବର୍ଷା ଋତୁ ଆରମ୍ଭ ହୋଇଥିବା ବେଳେ ଏହି ଆଖିଧରା ସଂକ୍ରମଣ ବ୍ୟାପିବା ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି । ସ୍ଥିତି ଏପରି ଯେ ଯାହାକୁ ଦେଖିବ ତାର ଆଖି ନାଲି । କ୍ୟାପିଟାଲ ହସ୍ପିଟାଲରେ ପ୍ରତିଦିନ ୬୦ରୁ ଅଧିକ ଆଖିଧରା ରୋଗୀ ଚିକିତ୍ସା ପାଇଁ ଆସୁଥିବାର ସୂଚନା ରହିଛି । ଏହି ଆଖିଧରା ସଂକ୍ରମଣରେ ଛୋଟ ଛୁଆ ମଧ୍ୟ ସାମିଲ ହୋଇଥିବା ସୂଚନା ରହିଛି ।

ଆଖିଧରା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ବଜାରରେ ହଠାତ ଆଣ୍ଟିବାୟୋଟିକ ଆଇ ଡ୍ରପ, କଳା ଚଷମାର ଚାହିଦା ବୃଦ୍ଧି ପାଇଛି । ଅନ୍ୟପଟେ ରାଜ୍ୟରେ ଭାଇରାଲ ଜ୍ୱରରେ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି । କ୍ୟାପିଟାଲ ହସ୍ପିଟାଲ ଓ ଏମ୍ସରେ ଅଧିକରୁ ଅଧିକ ଜ୍ୱରରେ ଆକ୍ରାନ୍ତ ଚିକିତ୍ସା ପାଇଁ ଆସୁଥିବା ଜଣାପଡିଛି ।

Leave A Reply

Your email address will not be published.