ବ୍ରହ୍ମଗିରି (ଆମ ଟିଭି): ବିଜେଡିର ବରି୍େଠ ନେତା ସଞ୍ଜୟ ଦାସବର୍ମାଙ୍କ ବୟାନକୁ ନେଇ ଏବେ ସବୁଠି ଚର୍ଚ୍ଚା । ଗତକାଲି ବିଜେଡିର ଜନସମ୍ପର୍କ ପଦଯାତ୍ରାରେ ସଞ୍ଜୟ କହିଛନ୍ତି ଯେ ଆମେ ସଂଘର୍ଷ କରୁଛୁ ପୁରୀ ସଦର ପାଇଁ, ଆମେ ସଂଘର୍ଷ କରୁଛୁ କୃଷ୍ଣପ୍ରସାଦ ବ୍ଲକର ବିକାଶ ପାଇଁ, ଏତିକି ବେଳେ କିଛି ବ୍ୟକ୍ତିମାନେ ଷଡଯନ୍ତ୍ର ଆରମ୍ଭ କରିଛନ୍ତି ଭୁବନେଶ୍ବରରୁ । ଷଡଯନ୍ତ୍ର ଭୁବନେଶ୍ବରରୁ ଆରମ୍ଭ ହୋଇ ପୁରୀଠାରେ ପହଞ୍ଚି ୧୧ ପଞ୍ଚାୟତରେ ପସିବାକୁ ଚେଷ୍ଟା କରୁଛି । ସଞ୍ଜୟ ଜନସମାବେଶରେ ବ୍ରହ୍ମଗିରି ସହ ପରୋକ୍ଷରେ ତାଙ୍କ ବିରୋଧରେ ଚାଲୁଥିବା ଷଡଯନ୍ତ୍ର ବିରୋଧରେ ଲଢେଇ ପାଇଁ ପ୍ରସ୍ତୁତ ରହିବାକୁ କର୍ମୀ ଓ ତାଙ୍କ ସମର୍ଥକଙ୍କ ଆହ୍ହାନ ଦେଇଥିବା ଚର୍ଚ୍ଚା ହେଉଛି ।
ସଞ୍ଜୟ କହିଛନ୍ତି, ‘ କିଛି ବିଦେଶୀ ଶକ୍ତି ଓଡିଶାର ଖଣିଜ ସମ୍ପଦ, ଓଡି଼ଶାର ପ୍ରାଚୁର୍ୟ୍ୟ, ଓଡିଶାର ରତ୍ନଭଣ୍ଡାରକୁ ଭାବୁଛନ୍ତି ଲୁଣ୍ଠନ କରି ପଲାଇବେ । କହିଛନ୍ତି ଦିନେ ବ୍ରିଟିଶ ସରକାରକୁ ଏଇ ଜାତିର କିଛି ଲୋକ ନିଶାର୍ଦ୍ଦ ରାତିରେ ଓଡିଶାର ଶେଷ ସ୍ବାଧୀନ ଦୁର୍ଗ ଦଖଲ କରିବା ପାଇଁ ବାଟ ଦେଖାଇ ଦେଇଥିଲେ, ଆଜି ମଧ୍ୟ ଓଡିଶାରେ ସେହି ଭଳି ଶକ୍ତି ସକ୍ରିୟ ଅଛନ୍ତି । ଏହିଭଳି ଶକ୍ତିକୁ ପରାହତ କରିବା ସହ ବ୍ରହ୍ମଗିରିର ସ୍ବାଭିମାନକୁ ପୁନଃପ୍ରତିଷ୍ଠା କରିବାକୁ କର୍ମୀ ସମାବେଶରେ ଆହ୍ବାନ ଦେଇଛନ୍ତି ସଞ୍ଜୟ ଦାସବର୍ମା । ସିଧାସଳଖ ଦଳ କିମ୍ବା କାହାର ନାଁ ନନେଇ ସଞ୍ଜୟ ବିସ୍ଫୋରକ ବୟାନ ଦେଇଛନ୍ତି । କହିଛନ୍ତି ଏବେ ପରିସ୍ଥିତି ବଦଳିଛି ।
ସେଥିପାଇଁ ନିଜ ସମର୍ଥକ ମାନଙ୍କୁ ସତର୍କ ରହିବାକୁ ସଞ୍ଜୟ କହିଛନ୍ତି । ସଞ୍ଜୟ କହିଛନ୍ତି ‘କିଛି ଲୋକ ଭାବୁଛନ୍ତି ଆମେ ଯାହା ନିଷ୍ପତ୍ତି ନେବୁ ସମସ୍ତେ ତାକୁ ଗ୍ରହଣ କରିନେବେ କିନ୍ତୁ ସେ ବ୍ୟତିକ୍ରମ । ସଞ୍ଜୟ ଆନ୍ଦୋଳନତ୍ମକ ଢଙ୍ଗରେ କହିଛନ୍ତି ‘ମୁଁ କହିବାକୁ ଚାହେଁ ଓଡିଶାର ଅଣକଂଗ୍ରେସ ଯୁବ ଆନ୍ଦୋଳନରେ ଓଡିଶାର ପ୍ରବାଦ ପୁରୁଷ ବିଜୁ ବାବୁଙ୍କର ଯେଉଁ ସ୍ବାଭିମାନୀ ଓଡିଶାର ଗଠନରେ ଆମେ ଯେଉଁମାନେ ବ୍ରତୀ ହୋଇଥିଲୁ, ଆମେ ମରିଯିବୁ ସିନା ସାଲିସ ରାଜନୀତିରେ ବ୍ରହ୍ମଗିରିକୁ ଭସାଇ ଦିଆଯିବ ନାହିଁ ।