ଭୁବନେଶ୍ୱର, (ଆମ ଟିଭି): ଫନ୍ ଆଣ୍ଡ ଫିସ୍ କର୍ସ କ୍ଲବ (ଏଫ୍.ଏଫ୍.ସି) ଭୁବନେଶ୍ବର ପକ୍ଷରୁ ଏନ୍-୩, ଯୁଧୁଷ୍ଠିର ଦାଶ ପାର୍କରେ ୭୪ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ବିଶିଷ୍ଟ ଆଇନ୍ଜୀବି ଶ୍ରୀଯୁକ୍ତ ସୂର୍ୟ୍ୟନାରାୟଣ ଦାସ, ମୁଖ୍ୟ ଅତିଥ ଭାବେ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଡଃ. ଗୋବିନ୍ଦ ଚନ୍ଦ୍ର ଦାସ, ଭବାନୀ ପଟ୍ଟନାୟକ, ଶିବିର ପରିଡ଼ା, ଡଃ. ଭି.ଆର୍. ଆମ୍ବେଦକରଙ୍କ ସଂବିଧାନ ଉପରେ ଆଲୋଚନା କରିଥିଲେ ।

ଇଂ. ଅସିମାନନ୍ଦ ମହାନ୍ତି, ଇଂ ଚିତ୍ତରଞ୍ଜନ ଦାସଙ୍କ ଭଳି ବୁଦ୍ଧିଜୀବୀଙ୍କ ସହ ଅ- ନୁଷ୍ଠାନର ଉପସଭାପତି ଅଜିତ୍ ପ୍ରସାଦ ସାହୁ, ସମ୍ପାଦକ ଆଶିଷ ପଟ୍ଟନାୟକ, ଯୁଗ୍ମ ସଂପାଦକ ସୁରେନ୍ଦ୍ରନାଥ ସେଠୀ, ବୋର୍ଡ଼ ଅଫ୍ ଡିରେକ୍ଟର ଅମିତା ଜେନା, ପ୍ରଶାନ୍ତ ମହାନ୍ତି, ସୁମିତ୍ରା ବେହେରା, ବିରେନ୍ ପଟ୍ଟନାୟକ, ବୃନ୍ଦାବନ ସାହୁ, ଅଜୟ ଦାସ, ପ୍ରଫୁଲ ଲେଙ୍କା, ଗଗନ ବେହେରା, ପ୍ରତାପ ରାଉତରାୟ ଓ ବୈଷ୍ଣବ ଓଝା କାର୍ୟ୍ୟକ୍ରମ ପରିଚାଳନା କରିଥିଲେ ।