ଖରାଛୁଟି: ସ୍କୁଲ ପିଲାଙ୍କୁ ମିଳିବ ଆଇନ ଓ ଫଲିକ ଏସିଡ ଟାବଲେଟ୍

0

ଭୁବନେଶ୍ୱର(ଆମ ଟିଭି): ରାଜ୍ୟରେ ପ୍ରବଳ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ସ୍କୁଲ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର । ଏହାରି ଭିତରେ ଆଉ ଏକ ବଡ଼ ଖବର ଆସି ପହଞ୍ଚିଛି । ଖରାଛୁଟିରେ ସ୍କୁଲ ପିଲାଙ୍କୁ ମିଳିବ ଆଇରନ ଓ ଫଲିକଏସିଡ ଟାବଲେଟ । ୧୯ଏପ୍ରିଲରୁ ୧୬ଜୁନ ଯାଏ ଘରକୁ ଘର ବୁଲି ଟାବଲେଟ ବଣ୍ଟାଯିବ । ଶିକ୍ଷକମାନଙ୍କୁ ଟାବଲେଟ ବାଣ୍ଟିବାକୁ ଚିଠି ଜରିଆରେ ନିର୍ଦ୍ଦେଶ ଦିଆଯାଇଛି । ପିଏମ ପୋଷଣର ରାଜ୍ୟ ନୋଡାଲ ଅଫିସର ଏନେଇ ରାଜ୍ୟର ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି ମାଧ୍ୟମରେ ନିର୍ଦେଶ ଦେଇଛନ୍ତି ।

ରାଜ୍ୟ ସରକାରଙ୍କ ଆନେମିଆ ମୁକ୍ତ ଲକ୍ଷ ଅଭିଯାନ ବା ଅମ୍ଳାନ କାର୍ୟ୍ୟକ୍ରମ ଜରିଆରେ ଆନେମିଆ ଦୂରୀକରଣ ଲକ୍ଷ୍ୟ ରଖାଯାଇଛି । ଛାତ୍ରଛାତ୍ରୀଙ୍କ ପିଛା ୮ଟି ଆଇଏଫଏ ଟାବଲେଟ ଦିଆଯିବ, ପିଙ୍କ ଟାବଲେଟ ପ୍ରଥମରୁ ପଞ୍ଚମ ଓ ବ୍ଲୁ ଟାବଲେଟ ଷଷ୍ଠରୁ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ଦିଆଯିବ ।

Leave A Reply

Your email address will not be published.