ରାଜ୍ୟସଭାରେ ପାରିତ ହେଲା ଫ୍ୟାମିଲି କୋର୍ଟ ବିଲ
ନୂଆଦିଲ୍ଲୀ(ଆମ ଟିଭି): ରାଜ୍ୟସଭାରେ ପାରିତ ହୋଇଛି ‘ଫ୍ୟାମିଲି କୋର୍ଟ’ (ସଂଶୋଧନ) ବିଧେୟକ ୨୦୨୨ । ୨୦୧୯ ଫେବୃଆରୀ ୧୫ ତାରିଖରୁ ହିମାଚଳ ପ୍ରଦେଶରେ ‘ଫ୍ୟାମିଲି କୋର୍ଟ’ ସ୍ଥାପିତ କରିବା ପାଇଁ ଫ୍ୟାମିଲି କୋର୍ଟ ଆକ୍ଟ ୧୯୮୪ ର ସଂଶୋଧନ କରିବାକୁ ଦାବି କରାଯାଉଥିଲା । ଏହି ବିଧେୟକ ନାଗାଲାଣ୍ଡରେ ୨୦୦୮ ସେପ୍ଟେମର ୧୨ ତାରିଖରୁ କାର୍ଯ୍ୟକାରୀ ହେଉଛି । କେନ୍ଦ୍ରମନ୍ତ୍ରୀ କିରଣ ରିଜ୍ଜୁଙ୍କ ଦ୍ୱାରା ଏହି ବିଲ ରାଜ୍ୟସଭାରେ ଉପସ୍ଥାପିତ କରାଯାଇଥିଲା ।
କେନ୍ଦ୍ରୀୟ ଯାଂଚ ଏଜେନ୍ସିକୁ କେନ୍ଦ୍ର ସରକାର ଦୂରୋପଯୋଗ କରୁଥିବା ନେଇ ସଂସଦରେ ହୋ ହାଲ୍ଲା ଚାଲିଥିବା ବେଳେ ଏହି ବିଧେୟକ ଗୁରୁବାର ଧ୍ୱନୀମତରେ ପାରିତ କରାଯାଇଛି । ପାରିତ ହୋଇଥିବା ବିଧେୟକ ମୁତାବକ ୧୯୮୪ ମସିହାରୁ ପ୍ରଚଳିତ ସଂଶୋଧନ କରାଯିବ । ଏହି ଆଇନ ବଳରେ ରାଜ୍ୟ ସରକାରମାନଙ୍କୁ ଫ୍ୟାମିଲି କୋର୍ଟ ସ୍ଥାପନ କରିବାକୁ ଅନୁମତି ମିଳିବ । ସଂଶୋଧିତ ଆଇନ ମୁତାବକ ଅନେକ ରାଜ୍ୟରେ ଏହି ଆଇନ ପ୍ରଣୟନ ତାରିଖକୁ ସୂଚିତ କରିବାର କ୍ଷମତା କେନ୍ଦ୍ର ସରକାରଙ୍କ ପାଖରେ ରହିଛି । ସେପଟେ ହିମାଚଳ ପ୍ରଦେଶ ଓ ନାଗାଲାଣ୍ଡ ସରକାର ଏହି ଆଇନ ମୁତାବକ ସେମାନଙ୍କ ରାଜ୍ୟରେ ପାରିବାରିକ କୋର୍ଟ ଗଠନ କରିଛନ୍ତି ।