ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ମାତା ବୋନି କପୁର ଏବଂ ଅଭିନେତା ଅର୍ଜୁନ କପୁର

0

କଟକ (ଆମ ଟିଭି): ଫେବୃଆରୀ ୧୬ ତାରିଖ ଦିନ କଟକ ବାରବାଟୀରେ ହେବାକୁ ଯାଉଛି ସେଲିବ୍ରିଟି କ୍ରିକେଟ୍ ଲିଗ୍ । ଏଥିପାଇଁ ୪ଟି ଟିମ୍ କଟକ ଆସୁଛନ୍ତି ।  ଏନେଇ ସୂଚନା ଦେଇଛନ୍ତି ବଲିଉଡ୍ ନିର୍ଦ୍ଦେଶକ ବନି କପୁର ।  ଯେହେତୁ ବାରବାଟୀରେ ସେଲିବ୍ରିଟି ମ୍ୟାଚ୍ ହେବାକୁ ଯାଉଛି  ।  ଏନେଇ ବିଧାନସଭା ଚାଲିଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କୁ ବିଧାନସଭାରେ ଦେଖା କରିବାକୁ ପହଞ୍ଚିଥିଲେ ବାପ ପୁଅ ।

ଏହାସହ କ୍ରୀଡା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କୁ ମଧ୍ୟ ଭେଟିଥିଲେ ବନି କପୁର ଓ ଅର୍ଜୁନ କପୁର। ଏହି ସାକ୍ଷାତ ଆଲୋଚନା ସମୟରେ ଉପ ମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଏବଂ ମନ୍ତ୍ରୀ ମଣ୍ଡଳର ସଦସ୍ୟ ଓ ବିଧାୟକ ମାନେ ଉପସ୍ଥିତ ଥିଲେ ।

୧୬ରେ ପଞ୍ଜାବ ଦ ଶେର ଓ ଭୋଜପୁରୀ ଦବଙ୍ଗ ଟିମ୍ ମଧ୍ୟରେ ଗୋଟିଏ ମ୍ୟାଚ ଓ ମୁମ୍ବାଇ ହିରୋ ଏବଂ ବେଙ୍ଗଲ ଟାଇଗର୍ସଙ୍କ ମଧ୍ୟରେ ଆଉ ଗୋଟିଏ ମ୍ୟାଚ ହେବ ।   ଅର୍ଜୁନ କପୂର୍, ସୋହେଲ ଖାଁ, ସୋନୁ ସୁଦ୍, ମିକା ସିଂ, ଆୟୁଷ୍ମାନ ଖୁରାନା, ରିଦେଶ ଦେଶମୁଖ, ଜାହ୍ନବୀ କପୁର ଭଳି ଷ୍ଟାର ମାନେ ଖେଳୁଥିବାର ଦର୍ଶକ ଦେଖିବେ ଫେବୃଆରୀ ୧୧ ରୁ ବାରବାଟୀରେ ଟିକେଟ ମିଳିବା ଆରମ୍ଭ ହୋଇଛି। ଏହାଛଡା ରେଲୱେ ଷ୍ଟେସନ, ବିମାନ ବନ୍ଦର, ବସ ଷ୍ଟାଣ୍ଡ ରେ ବି ଟିକେଟ ମିଳିବ। ସାମ୍ବାଦିକ ସମ୍ମିଳନୀରେ ଅର୍ଜୁନ କପୁର ଉପସ୍ଥିତ ଥିଲେ। ଏହି ଟୁର୍ଣ୍ଣାମେଣ୍ଟ କୁ ଉଦ୍ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

Leave A Reply

Your email address will not be published.