ନୂଆଁଖାଇରେ ଚାଷୀଙ୍କୁ ମିଳିବ କାଳିଆ ଟଙ୍କା

0

ଭୁବନେଶ୍ୱର (ଆମ ଟିଭି): ଆଜି ପଶ୍ଚିମ ଓଡିଶାର ଗଣ ପର୍ବ ନୂଆଁଖାଇ । ପୁରଠୁ ପଲ୍ଲୀ, ସବୁଠି ଉତ୍ସବର ମାହୋଲ । ନବାନ୍ନ ଲାଗି ପରେ ମିଳିମିଶି ନୂଆଁ ଖାଇବେ ପଶ୍ଚିମ ଓଡିଶାବାସୀ । କୃଷିଭିତ୍ତିକ ପର୍ବ ନୂଆଁଖାଇ ଅବସରରେ ଚାଷୀଙ୍କୁ ମିଳିବ କାଳିଆ ଟଙ୍କା । ୪୪ ଲକ୍ଷରୁ ଉର୍ଦ୍ଧ୍ୱ ଚାଷୀଙ୍କୁ ସହାୟତା ମିଳିବ ।

ଏଥିରେ କ୍ଷୁଦ୍ର ଓ ନାମମାତ୍ର ଏବଂ ଭୂମିହୀନ ଚାଷୀ ଉପକୃତ ହେବେ । ଚାଷୀଙ୍କ ଆକାଉଣ୍ଟକୁ ୨ହଜାର ଲେଖାଏଁ ଦିଆଯିବ । ୯୦୦ କୋଟି ଟଙ୍କାର ସହାୟତା ରାଶି ଡିବିଟି ମାଧ୍ୟମରେ ହସ୍ତାନ୍ତର ହେବ । ଏହା ମାଧ୍ୟମରେ ଉପକୃତ ହେବେ କ୍ଷୁଦ୍ର, ନାମମାତ୍ର ଓ ଭୂମିହୀନ ଚାଷୀ ।

Leave A Reply

Your email address will not be published.