ଆଜି ଚାଷୀ ପାଇବେ ପିଏମ କିଶାନ ସମ୍ମାନ ନିଧି ଟଙ୍କା

0

ନୂଆଦିଲ୍ଲୀ (ଆମ ଟିଭି): କୃଷକମାନଙ୍କ ପାଇଁ ଖୁସି ଖବର । ଆଜି କେନ୍ଦ୍ର ପଠାଇବ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା । ପିଏମ୍ କିସାନ୍ ସମ୍ମାନ ନିଧି ଯୋଜନାରେ ଚାଷୀ ଏହି ଟଙ୍କା ପାଇବେ । ଏହା ଦ୍ୱାରା ୮ କୋଟିରୁ ଅଧିକ ହିତାଧିକାରୀ ଉପକୃତ ହେବେ । ୮ କୋଟିରୁ ଅଧିକ ହିତାଧିକାରୀ କୃଷକମାନଙ୍କୁ ପାଖାପାଖି ୧୬,୮୦୦ କୋଟି ଟଙ୍କା ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

ଚାଷୀଭାଇମାନଙ୍କୁ ସଶକ୍ତ କରିବା ପାଇଁ ହିତାଧିକାରୀ କୃଷକମାନଙ୍କୁ ପ୍ରତି ବର୍ଷ ୩ଟି କିସ୍ତିରେ ୬ ହଜାର ଟଙ୍କା ପ୍ରଦାନ କରାଯାଉଛି । ଏପର୍ୟ୍ୟନ୍ତ ୧୧ କୋଟିରୁ ଅଧିକ କୃଷକଙ୍କ ବ୍ୟାଙ୍କ ଆକାଉଣ୍ଟରେ ପ୍ରତ୍ୟକ୍ଷ ଭାବରେ ୨.୨୫ ଲକ୍ଷ କୋଟିରୁ ଅଧିକ ଟଙ୍କା ପ୍ରଦାନ କରାଯାଇଛି ।

Leave A Reply

Your email address will not be published.