ନିର୍ବାଚନ ଲଢ଼ିବେ ନାହିଁ ଫାରୁକ୍‌ ଅବଦୁଲ୍ଲା

0

ନ୍ୟାସନାଲ କନଫରେନ୍‌ସ (ଏନ୍‌ସି) ଅଧ୍ୟକ୍ଷ ତଥା ଶ୍ରୀନଗରର ବର୍ତ୍ତମାନର ସାଂସଦ ଫାରୁକ୍‌ ଅବଦୁଲ୍ଲା ତାଙ୍କ ସ୍ୱାସ୍ଥ୍ୟଗତ କାରଣରୁ ଲୋକସଭା ନିର୍ବାଚନ ଲଢ଼ିବେ ନାହିଁ ବୋଲି ଦଳ ବୁଧବାର କହିଛି। ଶ୍ରୀନଗର ଉପକଣ୍ଠ ରାୱଲପୋରାରେ ଏକ ଦଳୀୟ କାର୍ଯ୍ୟକ୍ରମରେ ତାଙ୍କ ପୁଅ ତଥା ଏନସି ଉପାଧ୍ୟକ୍ଷ ଓମାର ଅବଦୁଲ୍ଲା ଏହି ଘୋଷଣା କରିଛନ୍ତି।

ଓମାର ଅବଦୁଲ୍ଲା କହିଛନ୍ତି, ଫାରୁକ୍‌ ଅବଦୁଲ୍ଲା ତାଙ୍କ ସ୍ୱାସ୍ଥ୍ୟଗତ କାରଣରୁ ଏଥର ନିର୍ବାଚନ ନ ଲଢ଼ିବା ପାଇଁ ଦଳର ସାଧାରଣ ସମ୍ପାଦକ ଅଲ୍ଲୀ ମହମ୍ମଦ ସାଗର ଏବଂ ଦଳର ଅନ୍ୟ ସଦସ୍ୟଙ୍କଠାରୁ ଅନୁମତି ନେଇଛନ୍ତି।

Leave A Reply

Your email address will not be published.