ହଟିଲା ବର୍ଷା ଭୟ: ୫ ଦିନ ସୁଖିଲା ରହିବ ପାଗ

0

ଭୁବନେଶ୍ୱର (ଆମ ଟିଭି): ଗତ କିଛି ଦିନ ହେବ ଲଘୁଚାପ ବର୍ଷାରେ ବେହାଲ ହୋଇଯାଇଛି ଓଡ଼ିଶା । ଏହାରି ଭିତରେ ଏକ ଆଶ୍ୱସ୍ତିକର ଖବର ଆସିଛି ଯେ, ଅବପାତ ଓଡ଼ିଶା ଉପରୁ ହଟିଯାଇଥିବାରୁ ରାଜ୍ୟରେ ଆଉ ବର୍ଷା ବିତ୍ପାତ ଆଶଙ୍କା ନାହିଁ । ଆସନ୍ତା ୫ ଦିନ ରାଜ୍ୟରେ ପାଗ ଶୁଖିଲା ରହିବ । କେଉଁଠି କେମିତି ହାଲକା ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆଜି ରାଜଧାନୀ ଭୁବନେଶ୍ୱରର ଆକାଶ ମେଘୁଆ ରହିବ । କିଛି ସ୍ଥାନରେ ସ୍ୱଳ୍ପ ବର୍ଷା ହୋଇପାରେ ।

ଦିନର ସର୍ବୋଚ୍ଚ ତାପମାତ୍ରା ୩୨ ଡିଗ୍ରୀ ଓ ସର୍ବନିମ୍ନ ତାପମାତ୍ରା ୨୫ ଡିଗ୍ରୀ ମଧ୍ୟରେ ରହିବ । ଉତ୍ତର ଛତିଶଗଡ଼ ଓ ସଂଲଗ୍ନ ଅଞ୍ଚଳରେ ରହିଥିବା ଅବପାତ ପଶ୍ଚିମ-ଉତର ପଶ୍ଚିମ ଦିଗରେ ଗତି କରି ସେହି ସମାନ ଅଞ୍ଚଳରେ ରହିଛି । ଏହା ଧୀରେ ଧୀରେ ଦୁର୍ବଳ ହେବ ।

Leave A Reply

Your email address will not be published.