ଅମଳ ସମୟରେ ବାତ୍ୟା ଡର

0

ଧାନ ଅମଳ ବେଳେ ଭିଜିବ ଓଡ଼ିଶା! ଆସୁଛି ଆଉ ଏକ ଲଘୁଚାପ। ଆସନ୍ତା ୨୭ ତାରିଖ ବେଳକୁ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ୨୯ ତାରିଖରେ ଏହା ଅବପାତରେ ପରିଣତ ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଜାରି କରିଥିବା ବୁଲେଟିନ୍‌ ଅନୁସାରେ ୨୬ ତାରିଖ ବେଳକୁ ଦକ୍ଷିଣ ଆଣ୍ଡାମାନ ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ପ୍ରବେଶ କରିବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ୨୭ ତାରିଖରେ ଆଣ୍ଡାମାନ ସାଗର ପାର୍ଶ୍ୱବର୍ତ୍ତୀ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ଏହା ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗକୁ ଗତି କରିବା ସହ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଅଞ୍ଚଳର ୨୯ ତାରିଖ ବେଳକୁ ଆହୁରି ଘନୀଭୂତ ହୋଇ ଏକ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି।

ସୂଚନାରୁ ପ୍ରକାଶ, ଚଳିତବର୍ଷା ବିଳମ୍ୱରେ ବର୍ଷା ହୋଇଥିଲା। ଚାଷୀ ବିଚରା ଧାର ଉଧାର କରି ଚାଷ କାର୍ଯ୍ୟ କାର୍ଯ୍ୟ କରିଥିଲା। ଭାବିଥିଲା ଭଲ ଅମଳ ହେବ। ଅମଳ ଧାନକୁ ବିକି ଋଣ ଟଙ୍କା ସୁଝିବ ବୋଲି ଭାବିଥିଲେ ଚାଷୀ। ହେଲେ ଧୋକା ଦେଲା ବର୍ଷା। ଧାନ ପାଚିବା ପୂର୍ବରୁ ବର୍ଷା ଉଭାନ ହୋଇଗଲା। ଶୁଖିଗଲା ଚାଷ ଜମି। ରାଜ୍ୟ ଅନେକ ସ୍ଥାନରେ ଧାନ ପାଚିବା ବଦଳରେ ମରି କିଆରିରେ ପଡ଼ିଛି। ଆଉ ଯେଉଁଠି ଧାନ ପାଚିଛି, ତାକୁ ଅମଳ କରିବାରେ ଲାଗି ପଡ଼ିଛି ଚାଷୀ। ସେପରି ସ୍ଥିତିରେ ଆସୁଥିବା ମେଘକୁ ଦେଖି ଚିନ୍ତାରେ ପଡ଼ିଛି ଚାଷୀ।

Leave A Reply

Your email address will not be published.