ଫେଲ୍ ମାରିଲା ମେସିନ୍: ଟନେଲରେ ଗାତ ଖୋଳୁଛନ୍ତି ମଣିଷ

0

ନୂଆଦିଲ୍ଲୀ (ଆମ ଟିଭି): ଦୁଇ ସପ୍ତାହରୁ ଅଧିକ ଦିନ ହୋଇଥିଲେ ବି ଉତ୍ତରକାଶୀ ଟନେଲରେ ଫଶିଥିବା ୪୧ ଜଣ ଶ୍ରମିକଙ୍କୁ ଏଯାଏଁ ଉଦ୍ଧାର କରାଯାଇପାରିନାହିଁ । ଉଦ୍ଧାର ପାଇଁ  ଜୋର୍ ସୋର୍ ରେ ଉଦ୍ୟମ ଜାରି ରହିଛି। ଉଦ୍ଧାର ପାଇଁ ଆମେରିକାରୁ ଅଗର ମେସିନ ଆସିଥିଲେ ବି ତାହା ବି ମଝିରେ ଫଶିଗଲା । ଏମିତି କେକେ ମେସିନ୍ ବିଫଳ ହେଲାଣି । ଶେଷରେ ମଣିଷ ଆରମ୍ଭ କରିଛନ୍ତି ପାହାଡ ଖୋଳି ଶ୍ରମିକଙ୍କୁ ଉଦ୍ଧାର କରିବା କାମ । ଏହା ଏବେ କରୁଛି ରାଟ୍ ହୋଲ ମାଇନିଙ୍ଗ ଗ୍ରୁପ୍ ।

ଆମେରିକାର ଅଗର ମେସିନ୍ ଖରାପ ହୋଇଯିବା ପରେ ରେସ୍କ୍ୟୁ ଟିମ୍ ଏବେ ରାଟ୍ ହୋଲ୍ ଟିମର ସାହାରା ନେଇଛନ୍ତି । ଏହି ଟିମ୍ ଏବେ ମାନୁଆଲ ଡ୍ରିଲିଂ କରୁଛି । ଯେଉଁଠୁ ଅଗର ମେସିନ୍ କାମ ଛାଡିଥିଲା ସେଇଠୁ କାମ କରିବା ଆରମ୍ଭ କରିଛି ଏହି ଟିମ୍ । ର୍ୟାଟ୍ ମାଇନିଙ୍ଗ ଟିମ୍ ପାଖାପାଖି ୫ ମିଟର ଯାଏଁ ଖୋଳିସାରିଲେଣି ।

Leave A Reply

Your email address will not be published.