ଇଣ୍ଡୋନେସିଆରେ ଭୟଙ୍କର ଆଗ୍ନେୟ ଉଦଗୀରଣ

0

ନୂଆଦିଲ୍ଲୀ (ଆମ ଟିଭି): ଇଣ୍ଡୋନେସିଆରେ ଭୟଙ୍କର ଆଗ୍ନେୟ ଉଦଗୀରଣ ହୋଇଥିବା ଖବର ଆସିଛି। ପଶ୍ଚିମ ସୁମାତ୍ରା ସ୍ଥିତ ମାଉଣ୍ଟ୍ ମେରାପିରେ ଆଗ୍ନେୟଗିରି ଉଦଗୀରଣ ହୋଇଛି । ଏଥିରେ ୧୧ଜଣ ପର୍ବତାରୋହୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ୩ଜଣଙ୍କୁ ଜୀବନ୍ତ ଉଦ୍ଧାର କରିଛି ରେସ୍କ୍ୟୁ ଟିମ୍ ।

ଏହାସହ ଅନେକ ପର୍ବତାରୋହୀ ନିଖୋଜ ଥିବା ସୂଚନା ରହିଛି । ଆଖପାଖ ଅଞ୍ଚଳରେ ଆଗ୍ନେୟଗିରି ଉଦଗୀରଣ ଜନିତ ଭଗ୍ନାଶ ଖସିବା ସହିତ ପାଉଁଶ ଗଦା ହୋଇ ପଡିଛି । ବିପଦ ଆଶଙ୍କା କରାଯାଇ ଆଖପାଖର ଲୋକଙ୍କ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି । ଯୁଦ୍ଧକାଳୀନ ଭିତିରେ ଉଦ୍ଧାର କାମ ଜାରି ରହିଛି ।

ମାଉଣ୍ଟ ମେରାପିରେ ରବିବାର ଆଗ୍ନେୟ ଉଦଗୀରଣ ହୋଇଥିଲା । ୩ହଜାର ମିଟର ଉଚ୍ଚତା ପର୍ଯ୍ୟନ୍ତ କଳା ଧୂଆଁ ଉଠିଥିଲା । ଉଦ୍ଧାରକାରୀ ଏଜେନ୍ସିର ସୂଚନା ଅନୁସାରେ ଶନିବାର ମାଉଣ୍ଟ ମେରାପିରେ ପାଖାପାଖି ୭୫ରୁ ଅଧିକ ପର୍ବତାରୋହୀ ଥିଲେ । ସେମାନଙ୍କ ମଧ୍ୟରୁ ପାଖାପାଖି ୩୦ ଜଣଙ୍କୁ ସ୍ଥାନାନ୍ତର କରାଯାଇ ପାରି ନଥିଲା ।

Leave A Reply

Your email address will not be published.