କତାର (ଆମ ଟିଭି): ସୁପର ସନଡେରେ ଆଜିଠାରୁ ଆରମ୍ଭ ହେବ ଫିଫା ବିଶ୍ବକପ୍ । ଏଥିପାଇଁ ପ୍ରସ୍ତୁତି ଶେଷ ହୋଇଛି । କତାରରେ ହେବାକୁ ଥିବା ଫିଫା ବିଶ୍ୱକପର ପ୍ରଥମ ତଥା ଉଦଘାଟନୀ ମ୍ୟାଚ୍ ଆୟୋଜକ କତାର -ଇକ୍ବେଡର ମଧ୍ୟରେ ଖେଳାଯିବ । ଭାରତୀୟ ସମୟ ରାତି ସାଢେ ୯ଟାରେ ଏହି ମ୍ୟାଚ୍ ଆରମ୍ଭ ହେବ। ଏହା ପୂର୍ବରୁ ରଙ୍ଗାରଙ୍ଗ ଉଦ୍ ଘାଟନୀ କାର୍ୟ୍ୟକ୍ରମ ରହିଛି ।
ତେବେ ଏହି ବିଶ୍ବକପ୍ ରେ ଷ୍ଟାଡିୟମକୁ ମଦ ବାରଣ କରାଯାଇଥିବା ବିଶ୍ବ ଫୁଟ୍ ବଲ୍ ପରିଚାଳନା ସଂସ୍ଥା ଫିଫା ସୂଚନା ଦେଇଛି। ‘‘ଫିଫା ଓ ଆୟୋଜକ ଦେଶର କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ପରେ କାତାର ଫିଫା ବିଶ୍ୱକପ୍ ସମୟରେ ଷ୍ଟାଡିୟମ ଭିତରେ ବିୟର ବିକ୍ରି କରାଯିବ ନାହିଁ ବୋଲି ନିଷ୍ପତ୍ତି ହୋଇଛି। କତାରରେ ସର୍ବସାଧାରଣରେ ଆଲ୍ କହଲ୍ ବ୍ୟବହାର କରିବାକୁ ବାରଣ ରହିଛି। ବିଶ୍ବକପ୍ କୁ ନଜରରେ ରଖି ପ୍ରଶଂସକଙ୍କ ପୋଷାକ ପରିଧାନ ଉପରେ ଥିବା କଟକଣାରେ ସାମାନ୍ୟ କୋହଳ କରିଛନ୍ତି କତାର ସରକାର।