ନୂଆଦିଲ୍ଲୀ (ଆମ ଟିଭି): ସୁପ୍ରିମକୋର୍ଟରେ ଷ୍ଟେଟବ୍ୟାଙ୍କ ଅଫ୍ ଇଣ୍ଡିଆ ଆଜି ଏକ ସତ୍ୟପାଠ ଦାଖଲ କରି କହିଛି କି, ଷ୍ଟେଟବ୍ୟାଙ୍କ ଅଫ୍ ଇଣ୍ଡିଆ ସୁପ୍ରିମକୋର୍ଟଙ୍କ ଆଦେଶ ପାଳନ କରିଛି । ନିର୍ବାଚନ ଆୟୋଗଙ୍କୁ ଦାନଦାତା ଓ ଲାଭାର୍ଥୀଙ୍କ ପକ୍ଷର ବଣ୍ଡ ନମ୍ବର ପ୍ରଦାନ କରାଯାଇଛି । ଏସବିଆଇର ଚେୟାରମ୍ୟାନ ଦିନେଶ ଖାରା ସୁପ୍ରିମକୋର୍ଟଙ୍କୁ କହିଛନ୍ତି ଯେ , ନିର୍ବାଚନ ଆୟୋଗଙ୍କ ନିକଟରେ ଇଲେକ୍ଟୋରାଲ ବଣ୍ଡ କିଣିଥିବା କମ୍ପାନୀର ନାମ, ମୁଲ୍ୟବର୍ଗ ଓ ଇଲେକ୍ଟୋରାଲ ବଣ୍ଡର ବିଶିଷ୍ଠ ସଂଖ୍ୟା ପ୍ରଦାନ କରାଯାଇଛି ।
ଏହାସହ ଇଲେକ୍ଟୋରାଲ ବଣ୍ଡ ପାଇଥିବା ରାଜନୈତିକ ପାର୍ଟିଙ୍କ ନାମ ଓ ପାର୍ଟିମାନଙ୍କର ବ୍ୟାଙ୍କ ଆକାଉଣ୍ଟର ଶେଷ ୪ଟି ନମ୍ବର ପ୍ରଦାନ କରାଯାଇଛି । ଏହାବ୍ୟତୀତ ନିର୍ବାଚନୀ ବଣ୍ଡ ନେଇ ଅନ୍ୟ କିଛି ତଥ୍ୟ ବ୍ୟାଙ୍କ ପାଖରେ ନଥିବା କଥା ବ୍ୟାଙ୍କ ତରଫରୁ କୋର୍ଟଙ୍କୁ ସୂଚିତ କରାଯାଇଛି ।