ଆସିଲା ଫିଲ୍ମ ପଠାନ୍ ନୂଆ ପୋଷ୍ଟର
ମୁମ୍ବାଇ: ରିଲିଜ ହୋଇଥିବା ଫିଲ୍ମ ପଠାନ୍ର ନୂଆ ପୋଷ୍ଟର୍ରେ ଦେଖିବାକୁ ମିଳିଛି ଶାହାରୁଖଙ୍କ କିଛି ଏଭଳି ଲୁକ୍। କିଙ୍ଗ ଖାନ୍ଙ୍କ ଏହି କିଲର୍ ଲୁକ୍ ଦେଖି ତାଙ୍କର ଫ୍ୟାନ୍ମାନେ ଦିୱାନା ହୋଇଯାଇଛନ୍ତି। ସେପଟେ ଆଉ କିଛି ଫ୍ୟାନ୍ ଶାହାରୁଖଙ୍କ ଏହି ଲୁକ୍କୁ ଦେଖି ରାଗି ଯାଇଛନ୍ତି।
ଶାହାରୁଖ ଖାନଙ୍କ ପ୍ରଶଂସକମାନେ ତାଙ୍କ ଅପ୍କମିଂ ଫିଲ୍ମ ପଠାନକୁ ନେଇ ଅତ୍ୟଧିକ ଉତ୍ସାହିତ ଅଛନ୍ତି। କେବେ ଫିଲ୍ମ ରିଲିଜ ହେବ ସେ ନେଇ ଫ୍ୟାନ୍ମାନେ ଦିନ ଗଣୁଛନ୍ତି। ଫିଲ୍ମ ପଠାନରୁ ଶାହାରୁଖଙ୍କ ଅନେକ ଲୁକ୍ ଆଉ ପୋଷ୍ଟର ରିଲିଜ ହୋଇସାରିଛି। କିନ୍ତୁ ଏବେ ଯେଉଁ ପୋଷ୍ଟର୍ ରିଲିଜ ହୋଇଛି ତାକୁ ନେଇ ଫ୍ୟାନ୍ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଶାହାରୁଖଙ୍କ ନୂଆ ଲୁକ୍ କିଛି ଫ୍ୟାନ୍ମାନଙ୍କୁ ପସନ୍ଦ ଆସିନାହିଁ। ଫିଲ୍ମର ଗୀତ କେବେ ରିଲିଜ ହେବ ବୋଲି ଫ୍ୟାନ୍ମାନେ ପ୍ରଶ୍ନ କରିଛନ୍ତି। ଗୀତ ରିଲିଜରେ କାହିଁକି ବିଳମ୍ବ ହେଉଛି କହି ଫିଲ୍ମର ମେକର୍ସ ଉପରେ ସେମାନେ ନିଜ କ୍ରୋଧ ପ୍ରକାଶ କରିଛନ୍ତି।