ଫିଲ୍ମ ପଠାନ ରିଲିଜ ହେଲା ଟ୍ରେଲର

0

ମୁମ୍ବାଇ: ଶେଷରେ ରିଲିଜ ହେଲା ବିବାଦରେ ଫସିଥିବା କିଙ୍ଗ ଖାନଙ୍କ ଫିଲ୍ମ ‘ପଠାନ’ର ଟ୍ରେଲର । ‘ବେଶରମ୍ ରଙ୍ଗ’ ଗୀତରେ ମସ୍ତାନୀ ଗାର୍ଲ ଦୀପିକା ପାଦୁକୋନଙ୍କ ଗେରୁଆ ରଙ୍ଗର ବିକିନି ପାଇଁ ଆରମ୍ଭ ହୋଇଥିଲା ଝଡ଼ । ଏହି ଗୀତକୁ ଫିଲ୍ମରୁ ହଟାଇବାକୁ ଦାବି ହେଉଥିବା ବେଳେ ଇତି ମଧ୍ୟରେ ରିଲିଜ ହୋଇଛି ଏହାର ଟ୍ରେଲର । ଏହାକୁ ଫ୍ୟାନ୍ସମାନେ ଖୁବ୍‌ ପ୍ରଶଂସା କରିଛନ୍ତି। ଏଥିରେ ଶାହରୁଖ ଓ ଦୀପିକାଙ୍କ ଜବରଦସ୍ତ ଡ୍ୟାନ୍ସ ମୁଭ ସହ ଆକ୍ସନ ବି ରହିଛି।

ଶାହରୁଖ ଏବଂ ଦୀପିକାଙ୍କ ବ୍ୟତୀତ ଜନ୍ ଆବ୍ରାହମ୍ ମଧ୍ୟ ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ନଜର ଆସୁଛନ୍ତି। ଏହି ଫିଲ୍ମକୁ ନେଇ ବିବାଦ ଲାଗି ରହିଥିବା ବେଳେ ଫିଲ୍ମର ଷ୍ଟାରକାଷ୍ଟ କିନ୍ତୁ ସୋଶାଲ ମିଡିଆରେ ସେମାନଙ୍କ ନୂଆ ଲୁକ୍‌ ପୋଷ୍ଟ କରି ଚାଲିଥିଲେ। ଏବେ ଟ୍ରେଲର ରିଲିଜ ହେବା ପରେ ଫ୍ୟାନ୍ସ ଏହାକୁ ବ୍ଲକବଷ୍ଟର ହିଟ୍‌ ବୋଲି କହିଛନ୍ତି।

Leave A Reply

Your email address will not be published.