ରିଲିଜ ହେଲା ଫିଲ୍ମ ରାମସେତୁ
ମୁମ୍ବାଇ: ଚଳଚ୍ଚିତ୍ର ‘ରାମସେତୁ’କୁ ନେଇ ଚର୍ଚ୍ଚାରେ। ଅଭିନେତାଙ୍କର ଶେଷ ତିନୋଟି ଚଳଚ୍ଚିତ୍ର ବକ୍ସ ଅଫିସରେ ଫ୍ଲପ୍ ହୋଇଛି, ଯେଉଁଥିପାଇଁ ପ୍ରଶଂସକମାନେ ଆଶା କରୁଛନ୍ତି ଯେ ‘ରାମସେତୁ’ ଦ୍ବାରା ଅକ୍ଷୟ ବକ୍ସ ଅଫିସରେ ରେକର୍ଡ଼ ସୃଷ୍ଟି କରିବେ। ତେବେ ଦର୍ଶକଙ୍କ ଅପେକ୍ଷାର ଅନ୍ତ ଘଟାଇ ମଙ୍ଗଳବାର ନିର୍ମାତା ଫିଲ୍ମର ଟ୍ରେଲର ରିଲିଜ୍ କରିଛନ୍ତି, ଯେଉଁଥିରେ କି ଅନେକ ଆକ୍ସନ ଦୃଶ୍ୟ ରହିଛି। ଚଳଚ୍ଚିତ୍ରର କାହାଣୀ ‘ରାମସେତୁ’ ଉପରେ ଆଧାରିତ ଓ ଏହାର ଟ୍ରେଲର ମଧ୍ୟ ଏହି ନାମରୁ ଆରମ୍ଭ ହେଉଛି।
୨ ମିନିଟ୍ ୯ ସେକେଣ୍ଡର ଏହି ଟ୍ରେଲର୍ ଆକ୍ସନ୍, ଥ୍ରୀଲର୍ ଏବଂ ରୋମାଞ୍ଚରେ ପରିପୂର୍ଣ୍ଣ। ଅକ୍ଷୟ କୁମାର ମଧ୍ୟ ସବୁଥର ଭଳି ଚମତ୍କାର ଅଭିନୟ କରିଛନ୍ତିି। ଟ୍ରେଲର ଆରମ୍ଭରେ ଏହା ଦର୍ଶାଯାଇଛି ଯେ, ଏହି ଦେଶ ରାମଙ୍କ ନାମରେ ଚାଲିଥାଏ। କିନ୍ତୁ ରାମସେତୁକୁ ଭାଙ୍ଗିବା ପାଇଁ ସରକାର ସୁପ୍ରିମକୋର୍ଟଙ୍କ ଅନୁମତି ମାଗିଛନ୍ତି। ଏସବୁ ମଧ୍ୟରେ ଅକ୍ଷୟ କୁମାରଙ୍କୁ ‘ରାମସେତୁ’ର ସନ୍ଧାନରେ କେଉଁ ସବୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି, ତାହାର ଝଲକ୍ ଟ୍ରେଲରରେ ଦେଖିବାକୁ ମିଳିଛି। ଫିଲ୍ମର ଟ୍ରେଲର ଲୋକଙ୍କୁ ଉତ୍ସାହିତ କରିଛି।