ରଥଯାତ୍ରା ପାଇଁ ପୁରୀରେ ପହଞ୍ଚିଲା ରଥ ଦଉଡ଼ି, ଦଉଡ଼ିର ଲମ୍ବ କେତେ ଏବଂ ମୋଟେଇ କେତେ ଜାଣନ୍ତୁ?

0

ପୁରୀ( ଆମ ଟିଭି ): ଆସନ୍ତା ଜୁଲାଇ ୧ ତାରିଖରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା। ଏଥିପାଇଁ ଯୋରଦାର ପ୍ରସ୍ତୁତି ଆଗେଇ ଚାଲିଛି। ରଥଖଳାରେ ତିନିରଥ ନିର୍ମାଣ କାମ ମଧ୍ଯ ବଳବତ୍ତର ରହିଛି। ତେବେ ରଥଯାତ୍ରା ପାଇଁ ଆଜି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ପହଞ୍ଚିଛି ରଥ ଦଉଡି । ୧୨ଟି ରଥ ଟଣା ଦଉଡି ପୁରୀ ବୀରପ୍ରତାପପୁରରେ ଥିବା ଓଡ଼ିଶା ସମବାୟ କତା ନିଗମ ପକ୍ଷରୁ ଆସି ପହଁଚିଛି।

ପ୍ରାୟ ଏକ ମାସ ଧରି ୧୪ ଜଣ କାରିଗର ଏହି ରଥ ଦଉଡି ପ୍ରସ୍ତୁତ କରିଛନ୍ତି। ତେବେ ରଥ ଦଉଡିର ଲମ୍ବ ୨୨୦ ଫୁଟ ହୋଇଥିବା ବେଳେ ଏହାର ମୋଟେଇ ରହିଛି ୮ ଇଞ୍ଚ।ଶ୍ରୀମନ୍ଦିରର ତତ୍ତ୍ବାବଧାରକ ସୁଦର୍ଶନ ମେକାପଙ୍କ ଦାୟିତ୍ୱରେ ଏହି ଦଉଡ଼ି କାର୍ଯ୍ୟାଳୟରେ ରଖାଯାଇଛି।

Leave A Reply

Your email address will not be published.