ନବୀନଙ୍କ ନୂଆ ଟିମରେ କାହାକୁ ମିଳିଲା କେଉଁ ଦାୟିତ୍ଵ ଜାଣନ୍ତୁ…
ଭୁବନେଶ୍ବର(ଆମ ଟିଭି): ଶପଥ ନେଇଛନ୍ତି ନବୀନଙ୍କ ନୂଆ ଟିମର ମନ୍ତ୍ରୀମାନେ । ଲୋକସେବା ଭବନ କନଭେନସନ ସେଣ୍ଟରରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମନ୍ତ୍ରୀଙ୍କୁ ଶପଥ ପାଠ କରାଇଥିଲେ । ୧୩ ଜଣ କ୍ୟାବିନେଟ୍ ମନ୍ତ୍ରୀ ଭାବେ ଏବଂ ୮ ଜଣ ରାଷ୍ଟ୍ର ମନ୍ତ୍ରୀ (ସ୍ୱାଧୀନ ପାହ୍ୟା) ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ତେବେ ଆସନ୍ତୁ ଜାଣିବା କେଉଁ ମନ୍ତ୍ରୀଙ୍କୁ କେଉଁ ବିଭାଗ ମିଳିଛି।କ୍ୟାବିନେଟ୍ ମନ୍ତ୍ରୀଙ୍କ ମଧ୍ୟରେ ଅଛନ୍ତି-
୧. ନିରଞ୍ଜନ ପୂଜାରୀ- ଅର୍ଥ ମନ୍ତ୍ରୀ
୨. ଜଗନ୍ନାଥ ସାରକ- ଆଦିବାସୀ କଲ୍ୟାଣ, ଆଇନ ମନ୍ତ୍ରୀ
୩. ରଣେନ୍ଦ୍ର ପ୍ରତାପ ସ୍ୱାଇଁ- କୃଷି ମନ୍ତ୍ରୀ
୪. ପ୍ରମିଳା ମଲ୍ଲିକ- ରାଜସ୍ୱ ମନ୍ତ୍ରୀ
୫. ଉଷା ଦେବୀ- ନଗର ଉନ୍ନୟନ ମନ୍ତ୍ରୀ
୬. ପ୍ରଫୁଲ୍ଲ ମଲ୍ଲିକ- ଖଣି ଓ ଇସ୍ପାତ
୭. ପ୍ରତାପ କେଶରୀ ଦେବ- ଶିଳ୍ପ ଓ ଶକ୍ତି
୮. ଅତନୁ ସବ୍ୟସାଚୀ ନାୟକ- ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ
୯. ପ୍ରଦୀପ କୁମାର ଅମାତ- ଜଙ୍ଗଲ ଓ ପରିବେଶ
୧୦. ନବକିଶୋର ଦାଶ- ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ
୧୧. ଅଶୋକ ଚନ୍ଦ୍ର ପଣ୍ଡା- ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ
୧୨. ଟୁକୁନି ସାହୁ- ଜଳ ସମ୍ପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ
୧୩. ରାଜେନ୍ଦ୍ର ଢୋଲକିଆ- ଯୋଜନା ଓ ସଂଯୋଜନା ମନ୍ତ୍ରୀ

ସେହିପରି ରାଷ୍ଟ୍ରମନ୍ତ୍ରୀ ତାଲିକାରେ ଅଛନ୍ତି-
୧. ସମୀର ରଂଜନ ଦାଶ- ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ
୨. ଅଶ୍ୱିନୀ କୁମାର ପାତ୍ର- ପର୍ଯ୍ୟଟନ, ଅବକାରୀ ମନ୍ତ୍ରୀ
୩. ପ୍ରୀତିରଞ୍ଜନ ଘଡ଼େଇ- ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ
୪. ଶ୍ରୀକାନ୍ତ ସାହୁ- ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ
୫. ତୁଷାରକାନ୍ତି ବେହେରା- କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ
୬. ରୋହିତ ପୂଜାରୀ- ଉଚ୍ଚ ଶିକ୍ଷା ମନ୍ତ୍ରୀ
୭. ରୀତା ସାହୁ- ହସ୍ତତନ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ
୮. ବାସନ୍ତୀ ହେମ୍ବ୍ରମ୍- ମହିଳା ଓ ଶିଶୁ କଲ୍ୟାଣ, ମିଶନ ଶକ୍ତି