ନ୍ୟୁଜିଲାଣ୍ଡରେ ଜାତୀୟ ପରିସ୍ଥିତି ଲାଗୁ, ଜାଣନ୍ତୁ କାହିଁକି

0

ନୂଆଦିଲ୍ଲୀ : ନ୍ୟୁଜିଲାଣ୍ଡରେ ଭୀଷଣ ମାତ୍ରାରେ ବନ୍ୟା ଓ ଭୂସ୍ଖଳନ ପରେ ଏବେ ସମଗ୍ର ଦେଶକୁ ସାମୁଦ୍ରିକ ଝଡ଼ ‘ଗାବ୍ରିଏଲ’ ବିପଦ ମାଡ଼ି ବସିଛି। ଏହାକୁ ଆଖି ଆଗରେ ରଖି ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରାଯାଇଛି। ଏହି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ବହୁ ଧନଜୀବନ ହାନୀ ଆଶଙ୍କାରେ ସମଗ୍ର ଦେଶରେ ଏମରଜେନ୍ସି ଲାଗୁ କରିଛନ୍ତି ନ୍ୟାଜିଲାଣ୍ଡ ସରକାର। ଏଥିସହ ଦେଶକୁ ବିମାନ ଚଳାଚଳ ବନ୍ଦ କରି ଦେଇଛନ୍ତି।

ଦେଶର ୬ଟି ଅଞ୍ଚଳରେ ଜାତୀୟ ଜରୁରୀକାଳୀନ ପରିସ୍ଥିତି ଲାଗୁ କରାଯାଇଥିବା ନେଇ ଆଜି ନ୍ୟୁଜିଲାଣ୍ଡ ସରକାରଙ୍କ ପକ୍ଷରୁ ଏକ ପ୍ରେସ ରିଲିଜରେ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ୬ଟି ଅଞ୍ଚଳ ମଧ୍ୟରେ ଦେଶର ନର୍ଥଲ୍ୟାଣ୍ଡ, ଆକ୍‌ଲ୍ୟାଣ୍ଡ, ତାଇରାବିଟି, ବାଇକୋଟା, ହାକ୍ସ, ବେ ଅଫ୍‌ ଫ୍ଲେଟି ସାମିଲ ଅଛି।

ସାମୁଦ୍ରିକ ଝଡ଼ ପ୍ରଭାବରେ ଦେଶର ବହୁ ଅଞ୍ଚଳରେ କ୍ଷିପ୍ର ବେଗରେ ବନ୍ୟା ହେବା ସହ ପ୍ରବଳ ବର୍ଷା ବି ହେଉଛି। ବର୍ଷା ଏବଂ ପ୍ରବଳ ପବନ ଯୋଗୁଁ ନ୍ୟୁଜିଲାଣ୍ଡରେ ୪୦ ହଜାରରୁ ଅଧିକ ଘରେ ବିଦ୍ୟୁତ୍‌ ସରବରାହ ବନ୍ଦ ହୋଇ ଯାଇଛି। ଏହାକୁ ଆଖି ଆଗରେ ରଖି ସରକାରଙ୍କ ପକ୍ଷରୁ ଶହ ବିମାନ ଉଡ଼ାଣକୁ ବାତିଲ କରି ଦିଆଯାଇଛି। ଏହାଯୋଗୁ ଦେଶରେ ବହୁ କ୍ଷୟକ୍ଷତି ହୋଇଛି ଏବଂ ବ୍ୟାପକ ବନ୍ୟା ପରେ ନ୍ୟୁଜିଲାଣ୍ଡର ଉତ୍ତର ଦ୍ୱୀପରେ ଭୂସ୍ଖଳନ ଘଟିଛି।

ସାମୁଦ୍ରିକ ଝଡ଼ ପ୍ରଭାବରେ ନ୍ୟୁଜିଲ୍ୟାଣ୍ଡର କରମାଡେକ୍ ଦ୍ୱୀପପୁଞ୍ଜରେ ୬.୧ ମ୍ୟାଗ୍ନିଚ୍ୟୁଡର ଭୂକମ୍ପ ଅନୁଭୂତ ହୋଇଛି। ତେବେ ଭୂକମ୍ପରେ ସେପରି କୌଣସି କ୍ଷୟକ୍ଷତି ହୋଇ ନ ଥିବା ଜଣାଯାଇଛି।

Leave A Reply

Your email address will not be published.