ବରିଷ୍ଠ କଂଗ୍ରେସ ନେତା ତଥା ଅଭିନେତା ରାଜ୍ ବବରଙ୍କୁ ଦୁଇ ବର୍ଷ ଜେଲ, ଜାଣନ୍ତୁ କାହିଁକି..
ଲକ୍ଷ୍ନୌ(ଆମ ଟିଭି): ବରିଷ୍ଠ କଂଗ୍ରେସ ନେତା ତଥା ଅଭିନେତା ରାଜ୍ ବବରଙ୍କୁ ଦୁଇ ବର୍ଷ ଜେଲ। ୨୮ ବର୍ଷ ପୁରୁଣା ଏକ ମାମଲାରେ ପାଇଁ ରାଜଙ୍କୁ ଏମ୍ପି ଏମ୍ଏଲଏ କୋର୍ଟରୁ ମିଳିଛି ୨ ବର୍ଷର ଜେଲଦଣ୍ଡ। ଏହା ସହିତ କୋର୍ଟ ୮୫୦୦ ଟଙ୍କା ଜରିମାନା ମଧ୍ୟ ଲଗାଇଛନ୍ତି। ରାଜ୍ ବବର ସରକାରୀ କାର୍ଯ୍ୟରେ ବାଧା ଓ ମାରପିଟ୍ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି।
କୋର୍ଟଙ୍କ ରାୟ ସମୟରେ ରାଜ୍ ବବର ସେଠାରେ ଉପସ୍ଥିତ ଥିଲେ।କୋର୍ଟଙ୍କର ଏହି ରାୟର ଅଳ୍ପ ସମୟ ପରେ ତାଙ୍କୁ ୨୦ ହଜାର ଟଙ୍କା ଲେଖାଏଁ ଦୁଇଟି ବ୍ୟକ୍ତିଗତ ମୁଚାଲିକାରେ ଜାମିନ ମିଳିଛି। ଏହି ମାମଲା ପ୍ରାୟ ୨୮ ବର୍ଷ ତଳର। ୨ ମଇ ୧୯୯୬ ରେ ଜଣେ ମତଦାନ ଅଧିକାରୀଙ୍କୁ ମାଡ ମାରିଥିବା ଅଭିଯୋଗରେ ରୁଜୁ କରାଯାଇଥିଲା। ମତଦାନ ଅଧିକାରୀ ବଜିରଗଞ୍ଜରେ ଏଫଆଇଆର ଦେଇଥିଲେ। ତାଙ୍କର ଅଭିଯୋଗ ଅନୁସାରେ, ସେତେବେଳର ସମାଜବାଦୀ ପାର୍ଟିର ପ୍ରାର୍ଥୀ ରାଜ୍ ବବର ମତଦାନ ଅଧିକାରୀଙ୍କ ସହ ମାରପିଟ୍ କରିଥିଲେ।