‘ଡାବର୍ ଗ୍ରୁପ୍’ର ଅଧ୍ୟକ୍ଷ ଓ ନିର୍ଦେଶକଙ୍କ ନାଁରେ ଏଫ୍ଆଇଆର୍
ମୁମ୍ବାଇ: ‘ମହାଦେବ ବେଟିଙ୍ଗ୍ ଆପ୍’ ମାମଲାରେ ମୁମ୍ବାଇ ପୁଲିସ ଫାଇଲ୍ କରିଥିବା ‘ଏଫ୍ଆଇଆର୍’ରେ ଅଭିଯୁକ୍ତ ବୋଲି ଦର୍ଶାଯାଇଥିବା ୩୧ଜଣ ବ୍ୟକ୍ତିଙ୍କ ମଧ୍ୟରେ ‘ଡାବର୍ ଗ୍ରୁପ୍’ର ଅଧ୍ୟକ୍ଷ ମୋହିତ ବର୍ମନ୍ ଓ ନିର୍ଦେଶକ ଗୌରବ ବର୍ମନଙ୍କ ନାଁ ଥିବା କଥା ‘ଇଣ୍ଡିଆ ଟୁଡେ’ ରିପୋର୍ଟ କରିଛି।
ସାମାଜିକକର୍ମୀ ପ୍ରକାଶ ବ୍ୟାଙ୍କର୍ ଫାଇଲ୍ କରିଥିବା ଅଭିଯୋଗ ଆଧାରରେ ନଭେମ୍ବର ୭ ତାରିଖ ଦିନ ଏହି ‘ଏଫ୍ଆଇଆର୍’ ପଞ୍ଜିକୃତ କରାଯାଇଥିଲା।
ସୂଚନାଯୋଗ୍ୟ, ଅନ୍ୟ କେତେକ ସହଯୋଗୀ ଓ ଅଂଶୀଦାରଙ୍କ ସହିତ ସୌରଭ ଚନ୍ଦ୍ରାକର ଓ ରବି ଉପ୍ପଲ ନାମରେ ଦୁଇଜଣ ବ୍ୟକ୍ତି ‘ମହାଦେବ ବେଟିଙ୍ଗ୍ ଆପ୍’ ଚଳାଉ ଥିଲେ।