ଓଡିଶା କୋଚିଂ ଓ ଟ୍ରେନିଂ ଏକାଡେମୀର ପ୍ରଥମ ବାର୍ଷିକ ଉତ୍ସବ

0

ଭୁବନେଶ୍ୱର (ଆମ ଟିଭି): ଓଡ଼ିଶା କୋଚିଂ ଓ ଟ୍ରେନିଂ ଏକାଡେମୀ ସଂଘର ପ୍ରଥମ ବାର୍ଷିକ ଉତ୍ସବ ସୋଆ ସ୍କୁଲ ଅଫ୍ ହୋଟେଲ ମ୍ୟାନେଜମେଣ୍ଟ ପ୍ରେକ୍ଷାଳୟରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ପରିବେଶ ସମିତିର ସମ୍ପାଦକ ତଥା ଶିକ୍ଷାବିତ୍ ଡଃ ଜୟକୃଷ୍ଣ ପାଣିଗ୍ରାହୀ, ସମ୍ମାନିତ ଅତିଥି ଭାବେ ସୋଆ ସ୍କୁଲ ଅଫ୍ ହୋଟେଲ ମ୍ୟାନେଜମେଣ୍ଟର ଡିନ୍ ଡଃ ଶରତ ଚନ୍ଦ୍ର ଚଇନି ଶିକ୍ଷାବିତ୍ ଡଃ ଏସ.କେ. କଲିମୁଲ୍ଲା ମୁଖ୍ୟବକ୍ତା ଭାବେ ଭୁବନେଶ୍ଵର ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମାଥମେଟିକ୍ସର ନିର୍ଦ୍ଦେଶକ ଡଃ ହାଡ଼ିବନ୍ଧୁ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇ କୋଚିଂ ସଂସ୍ଥାଗୁଡ଼ିକର ଗୁରୁତ୍ବ ବିଷୟରେ ଆଲୋକପାତ କରିଥିଲେ।

ସମ୍ପାଦକ ଡଃ ପ୍ରଭାତ ତ୍ରିପାଠୀ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ, ସଭାପତି ଡଃ ପ୍ରସନ୍ନ କୁମାର ଚୌଧୁରୀ ସଭାପତିତ୍ୱ କରିଥିଲେ। ରାଜ୍ୟର ପ୍ରାୟ ୧୦୦ରୁ ଅଧିକ କୋଚିଂ ଓ ଟ୍ରେନିଂ ସଂସ୍ଥାକୁ ସମ୍ମାନିତ କରଯାଇଥିଲା I

ଆଗାମୀ ଦିନରେ ସଂଘର କାର୍ଯ୍ୟପନ୍ଥା ସମ୍ପର୍କରେ ଉପଦେଷ୍ଟା ବିଶ୍ଵରଞ୍ଜନ ଦାସ ସୂଚାଇଥିଲେ । ଅଧ୍ୟାପକ ସଞ୍ଜୟ କୁମାର ଶର୍ମା କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ଅଧ୍ୟାପକ ସ୍ମୃତି ରଞ୍ଜନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.