ଓଡିଆରେ ପ୍ରଥମ: “ଦେବଦାସ”, ଥିଏଟର୍ ଅଭିଜ୍ଞତା

0

ଭୁବନେଶ୍ୱର (ଆମ ଟିଭି): ପ୍ରଥମ ଥର ପାଇଁ ଓଡିଆରେ ମଞ୍ଚସ୍ଥ ହେବାକୁ ଯାଉଛି, ‘ଦେବଦାସ – ମ୍ୟୁଜିକାଲ୍ ପ୍ଲେ’ । ଅରୋମିରା ଏଣ୍ଟରଟେନମେଣ୍ଟ ଆଣିବ ସମ୍ପୂର୍ଣ୍ଣ ଓଡିଆରେ ଏହି କାଳଜୟୀ ପ୍ରେମ ଗାଥା ଯାହା ଦର୍ଶକ ରବୀନ୍ଦ୍ର ମଣ୍ଡପରେ ଆସନ୍ତା ୨୭ ତାରିଖ (ଗୁରୁବାର) ଦିନ ଉପଭୋଗ କରିବେ । ଦେବଦାସ ଛୋଟରାୟଙ୍କ ଦ୍ୱାରା ଲିଖିତ ଓ ଦେବ ମେହେରଙ୍କ ଦ୍ୱାରା ନିର୍ଦ୍ଦେଶିତ ଓଡ଼ିଶାର ଏହି ପ୍ରଥମ ମ୍ୟୁଜିକାଲ୍ ପ୍ଲେ, “ଦେବଦାସ” ର ମୁଖ୍ୟ ଭୂମିକା ବା ଦେବଦାସ ହୋଇଛନ୍ତି ରାଣୋ ଜୟ, ପାରୋ ଭୂମିକାରେ ଅଛନ୍ତି ସିନେ ନାୟିକା ଶୀତଲ ଏବଂ ଚନ୍ଦ୍ରମୁଖୀ ଭୂମିକାରେ ଅଛନ୍ତି ଅଭିନେତ୍ରୀ ବୈଶାଳୀ । ନାଟକ ‘ଆହେ ନୀଳ ଶୈଳ’, ‘ନବକଳେବର’, ‘ବୟସର ଅନ୍ତେ’ ର ସଫଳତା ପରେ ମଲ୍ଟି ସିନେ ଷ୍ଟାର ଙ୍କୁ ନେଇ ପ୍ରଥମଥର ରବୀନ୍ଦ୍ର ମଣ୍ଡପ ଠାରେ ମ୍ୟୁଜିକାଲ ପ୍ଲେ ଅନୁଷ୍ଠିତ ହେବ ।

“ଦେବଦାସ” ମ୍ୟୁଜିକାଲ ପ୍ଲେ ରେ ରହିଛି ଦେବଦାସ ଛୋଟରାୟ ଙ୍କ ରଚନା, ଓମ୍ ପ୍ରକାଶ ମହାନ୍ତିଙ୍କ ଦ୍ୱାରା ସଙ୍ଗୀତ ସଂଯୋଜନା ଏବଂ ସୁସ୍ମିତା ଦାସ, ଅରବିନ୍ଦ ଦତ୍ତ ଓ ଦେବସ୍ମିତା ମିଶ୍ରଙ୍କ ଦ୍ୱାରା କଣ୍ଠଦାନ କରାଯାଇଥିବା ୧୦ ଟି ସଙ୍ଗୀତ ଯାହାକି ଜେସିକେ ଷ୍ଟୁଡିଓରେ ରେକର୍ଡ କରାଯାଇଛି କ୍ଷ ନୃତ୍ୟ ନିର୍ଦ୍ଦେଶନା ଦେଇଛନ୍ତି ବିଦ୍ୟୁତ ସେଠୀ ।

ଏକ ଘଣ୍ଟାର ଏହି ମ୍ୟୁଜିକାଲ୍ ପ୍ଲେ ଏପ୍ରିଲ ୨୭ ତାରିଖ, ଗୁରୁବାର ସନ୍ଧ୍ୟା ୭ରୁ ମଞ୍ଚସ୍ଥ ହେବ ରାଜଧାନୀର ସବୁଠାରୁ ଲୋକପ୍ରିୟ ଥିଏଟର୍ ରବୀନ୍ଦ୍ର ମଣ୍ଡପରେ । ୯୦ ମିନିଟ୍ ର ଏହି ମଲ୍ଟି ଷ୍ଟାର ମ୍ୟୁଜିକାଲ୍ ପ୍ଲେ ଦେଖାଇଛି ପ୍ରକୃତ ଦେବଦାସଙ୍କ ପରେ ଚନ୍ଦ୍ରମୁଖୀ ଏବଂ ପାରୋ ସହିତ ଘଟିଥିବା ପ୍ରେମ କାହାଣୀ ।

ଲେଖକ ଦେବଦାସ ଛୋଟରାୟ କହିଛନ୍ତି, “ମୁଁ ସମ୍ପୂର୍ଣ୍ଣ ଉତ୍ସାହିତ ଅଛି ଏହି ମ୍ୟୁଜିକାଲ୍ ପ୍ଲେ ପାଇଁ” । ଭାରତୀୟ ସିନେମାରେ ‘ଦେବଦାସ’ ର ଅନେକ ସଂସ୍କରଣ ଦେଖିଛନ୍ତି, ତଥାପି ଉପନ୍ୟାସରେ ଅନେକ କିଛି ଅଛି ଯାହା ଦର୍ଶକଙ୍କୁ ସବୁବେଳେ ‘ଦେବଦାସ’ ସହ ଯୋଡିଥାଏ । ଦେବଦାସ’ ର ଷ୍ଟେଜ୍ ମ୍ୟୁଜିକାଲ୍ ସଂସ୍କରଣ ପୂର୍ବରୁ କେବେ ଦେଖାଯାଇ ନଥିଲା ତେଣୁ ରବୀନ୍ଦ୍ର ମଣ୍ଡପଠାରେ ସିନେ ତାରକାଙ୍କ ଏହି ପ୍ରଦର୍ଶନ ନିଶ୍ଚିତ ଏକ ନୂଆ ଇତିହାସ ସୃଷ୍ଟି କରିବ ।

ନିର୍ଦ୍ଦେଶକ ଦେବ ମେହେର କୁହନ୍ତି, “ଦେବଦାସ” ସମସ୍ତ ପ୍ରେମ କାହାଣୀର ମା’ ସଦୃଶ କ୍ଷ ଏହି କାହାଣୀ ଏକ ଶହ ବର୍ଷରୁ ଅଧିକ ସମୟ ଧରି ନିଜକୁ ବଜାୟ ରଖିଛି ଏବଂ କାହାଣୀରେ ଅନ୍ତଃର୍ନିହିତ କବିତା ଏବଂ ନାଟକ ପାଇଁ ବିଭିନ୍ନ ଭାଷାଗୁଡ଼ିକ ମଧ୍ୟରେ ସିନେମା ପାଇଁ ଅନୁକୂଳ ହୋଇଛି କ୍ଷ ବର୍ତ୍ତମାନ ପ୍ରଥମ ଥର ପାଇଁ ମଞ୍ଚରେ ଏହା ସଙ୍ଗୀତ ମାଧ୍ୟମରେ ଦର୍ଶକଙ୍କୁ ସୃଜନଶୀଳତାର ଏକ ନୂଆ ଅଭିଜ୍ଞତା ଦେବ ।

ରବୀନ୍ଦ୍ର ମଣ୍ଡପର ଚିତ୍ତାକର୍ଷକ ସେଟ୍, ଆତ୍ମାକୁ ଛୁଇଁଲାପରି ମେଲୋଡି, ଚମତ୍କାର ନୃତ୍ୟ ଏବଂ ଜୀବନ୍ତ ପ୍ରଦର୍ଶନ ଦର୍ଶକଙ୍କୁ ନିଶ୍ଚିତ ଆକର୍ଷିତ କରିବ ବୋଲି ସମସ୍ତଙ୍କ ଆଶା ରହିଛି । ଏହି ମ୍ୟୁଜିକାଲ ପ୍ଲେ ଦର୍ଶକଙ୍କ ମନରେ ନୂଆ ଆଶା ସଞ୍ଚରିତ କରିବ ବୋଲି ମିଡ଼ିଆ ପ୍ଲାନର ର ମୁଖ୍ୟ ପ୍ରଣୟ ଜେଠୀ ମତବ୍ୟକ୍ତ କରିବା ସହିତ ସମସ୍ତଙ୍କୁ ଏହି ମ୍ୟୁଜିକାଲ ପ୍ଲେ ଦେଖିବାକୁ କହିଛନ୍ତି ।

Leave A Reply

Your email address will not be published.