ଭୁବନେଶ୍ୱର (ଆମ ଟିଭି): ରାଜ୍ୟସଭା ପାଇଁ ପ୍ରାର୍ଥୀପତ୍ର ଦାଖଲର ଶେଷ ମୁହୂର୍ତ୍ତରେ ବୁଧବାର ଦେଖିବାକୁ ମିଳିଛି ଏକ ରୋଚକ ଘଟଣା। ଆଜି ପୂର୍ବାହ୍ନରେ ବିଜେପି ରାଜ୍ୟସଭା ପ୍ରାର୍ଥୀ ମମତା ମହାନ୍ତ ପ୍ରାର୍ଥୀପତ୍ର ଦାଖଲ କରିଥିବାବେଳେ ଅପରାହ୍ନରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ବିଜେପି ନେତା ଜଗନ୍ନାଥ ପ୍ରଧାନ। ସେ ସ୍ଵାଧୀନ ପ୍ରାର୍ଥୀ ଭାବେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି।
ବିଜେପି ନେତା ଓ ବିଧାୟକଙ୍କ ଉପସ୍ଥିତିରେ ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ଜଗନ୍ନାଥ। ଜଗନ୍ନାଥଙ୍କ ପ୍ରାର୍ଥିତ୍ବ ପାଇଁ ବିଜେପିର ୧୦ ଜଣ ବିଧାୟକ ପ୍ରସ୍ତାବକ ଓ ସମର୍ଥକ ଭାବେ ଦସ୍ତଖତ କରିଥିବା ଜଣାପଡ଼ିଛି। ତେବେ ଜଗନ୍ନାଥଙ୍କ ନାମଙ୍କନ ସମସ୍ତଙ୍କୁ ଚକିତ କରିଛି। ସେ କାହିଁକି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ସେନେଇ ପ୍ରଶ୍ନ ଉଙ୍କି ମାରୁଛି।