ଭୋଟ ଦେଲେ ପ୍ରଥମ ଭୋଟର

0

ନୂଆଦିଲ୍ଲୀ: ଭୋଟ୍ ଦେଲେ ସ୍ୱାଧୀନ ଭାରତର ପ୍ରଥମ ଭୋଟର। ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ନଭେମ୍ବର ୧୨ରେ ମତଦାନ ହେବ। ତେବେ ଏହା ପୂର୍ବରୁ ଆରମ୍ଭ ହୋଇସାରିଛି ପୋଷ୍ଟାଲ ବାଲାଟ୍ ଭୋଟିଂ। ପୋଷ୍ଟାଲ ବାଲାଟ୍ ଜରିଆରେ ନିଜ ମତଦାନ ସାବ୍ୟସ୍ତ କରିଛନ୍ତି ୧୦୬ ବର୍ଷିୟ ଶ୍ୟାମ ସରଣ ନେଗୀ।

ଏହା ଶ୍ୟାମ ସରଣଙ୍କ ୩୪ ତମ ମତଦାନ। ଏଥିପାଇଁ ନେଗୀଙ୍କ କିନ୍ନୋର ଜିଲ୍ଲାର କଲ୍ପା ସ୍ଥିତ ଘରେ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଥିଲା। ମତଦାନ ସାବ୍ୟସ୍ତ କରିବା ପରେ ଶ୍ୟାମ ସରଣ ନେଗୀଙ୍କୁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସମ୍ମାନିତ ମଧ୍ୟ କରାଯାଇଥିଲା। ଜୁଲାଇ ୧୯୧୭ରେ ଜନ୍ମିତ ଶ୍ୟାମ ସରଣ ନେଗୀ ୧୯୫୧ରେ ସ୍ୱାଧୀନ ଭାରତରେ ପ୍ରଥମ ଭୋଟ ଦେଇଥିଲେ।

Leave A Reply

Your email address will not be published.