ନୂଆଦିଲ୍ଲୀ (ଆମ ଟିଭି): ଆସିଲା ୨୦୨୩-୨୪ ବର୍ଷ ଲାଗି ସଂସଦରେ ସାଧାରଣ ବଜେଟ୍ । ବଜେଟ୍ ଉପସ୍ଥାପନା କଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳ ସୀତାରାମଣ । ଲୋକସଭାରେ ବଜେଟ୍ ଉପସ୍ଥାପନା କରୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳ ସୀତାରାମଣ । ସରକାରଙ୍କ ପଦକ୍ଷେପ ସମ୍ପର୍କରେ ସବିଶେଷ ତଥ୍ୟର ସୂଚନା ଦେଲେ ଅର୍ଥମନ୍ତ୍ରୀ ।
ସୂଚନାଅନୁସାରେ :-
-୩୫ ହଜାରରୁ ଅଧିକ ଶିକ୍ଷକଙ୍କୁ ମିଳିବ ନିଯୁକ୍ତି ।
-ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ ଖର୍ଚ୍ଚ ହେବ ୭୯ ହଜାର କୋଟି।
-କ୍ୟାପିଟାଲ ଇନଭେଷ୍ଟମେଣ୍ଟ ୧୦ ଲକ୍ଷ କୋଟିକୁ ବୃଦ୍ଧି ଘୋଷଣା ।
-ଭିତ୍ତିଭୂମି ପାଇଁ ରାଜ୍ୟମାନଙ୍କୁ ସୁଧମୁକ୍ତ ଋଣ ଆଉ ବର୍ଷକ ପାଇଁ ବୃଦ୍ଧି ।
-ଆକାଂକ୍ଷୀ ଜିଲ୍ଲା ଭଳି ୫୦୦ ବ୍ଲକ ହେବ ଆକାଂକ୍ଷୀ ବ୍ଲକ ।
-ପ୍ରଧାନମନ୍ତ୍ରୀ ଅବଲୁପ୍ତପ୍ରାୟ ଜନଜାତି ଉନ୍ନୟନ ମିଶନ ଆରମ୍ଭ ହେବ ।
-ମିଶନ ପାଇଁ ୩ ବର୍ଷରେ ଖର୍ଚ୍ଚ ହେବ ୧୫ ହଜାର କୋଟି ଟଙ୍କା ।
-ଏକଲବ୍ୟ ସ୍କୁଲ ପାଇଁ ୩୮, ୮୦୦ ନୂଆ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ ।
-୫୦ଟି ନୂଆ ଏୟାରପୋର୍ଟ, ହେଲି ପୋର୍ଟ ପ୍ରତିଷ୍ଠା କରାଯିବ ।
-କଣଉ ବ୍ୟବସ୍ଥାକୁ ଅଧିକ ସରଳୀକରଣ କରାଯିବ ।
-ଫେଜ୍ ୩ ଇ-କୋର୍ଟ ବ୍ୟବସ୍ଥା ପାଇଁ ବଜେଟରେ ୭ ହଜାର କୋଟି ।
-୫ଏର ବିକାଶ ପାଇଁ ଇଂଜିନିୟରିଂ ଇନଷ୍ଟିଚ୍ୟୁଟରେ ୧୦୦ ଲ୍ୟାବ୍ ହେବ ।
-ବଜେଟରେ ରେଳ ପାଇଁ ୨.୪୦ ଲକ୍ଷ କୋଟି ଟଙ୍କା ଘୋଷଣା ।
-ସହରାଞ୍ଚଳ ବିକାଶ ପାଇଁ ଅର୍ବାନ୍ ଇନ୍ଫ୍ରା ଫଣ୍ଡର ଘୋଷଣା ।
-ଅର୍ବାନ୍ ଇନ୍ଫ୍ରା ଫଣ୍ଡ ପାଇଁ ୧୦ ହଜାର କୋଟିର ବ୍ୟବସ୍ଥା ।
-ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ପାଇଁ ୩ଟି ସେଣ୍ଟର ଅଫ୍ ଏକ୍ସଲେନ୍ସ ପ୍ରତିଷ୍ଠା ହେବ ।
-ହାଇଡ୍ରୋଜେନ୍ ଇନ୍ଧନକୁ ପ୍ରୋତ୍ସାହନ ପାଇଁ ୯୭୦୦ କୋଟି ବ୍ୟବସ୍ଥା ।
-ଲଦାଖରେ ଅକ୍ଷୟ ଶକ୍ତି ପ୍ରକଳ୍ପ ପାଇଁ ନିବେଶ ହେବ ୨୦,୭୦୦କୋଟି ।
-ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନାରେ ୬ଲକ୍ଷ ଯୁବକଙ୍କୁ ତାଲିମ ଦିଆଯିବ ।
-୫୦ଟି ପ୍ରମୁଖ ପର୍ୟ୍ୟଟନ କ୍ଷେତ୍ରର ବିକାଶ କରାଯିବ ।
-ପର୍ୟ୍ୟଟକଙ୍କୁ ଆକୃଷ୍ଟ ପାଇଁ ଆରମ୍ଭ ହେବ ସ୍ୱଦେଶ ଦର୍ଶନ ସ୍କିମ୍ ।
-ମୋବାଇଲ ଶିଳ୍ପରେ ବ୍ୟବହୃତ କ୍ୟାମେରା ଲେନ୍ସ, ବ୍ୟାଟେରୀ କଷ୍ଟମ ଡ୍ୟୁଟି ହ୍ରାସ ।
-ମୋବାଇଲ ଉପକରଣ ଏବଂ ପୋଷାକରୁ ଟିକସ ହ୍ରାସ, ଶସ୍ତା ହେବ ।
-ମେରାଇନ୍ ପ୍ରଡ ଉପରୁ ଡ୍ୟୁଟି ହ୍ରାସ ନେଇ ବଜେଟରେ ଘୋଷଣା ।
-ଷ୍ଟିଲ, ନିକେଲ କଞ୍ଚାମାଲ ଉପରୁ ଡ୍ୟୁଟି ହ୍ରାସ ଜାରି ରହିବ ।
-ସିଗାରେଟ ଉପରେ ଟିକସ ବୃଦ୍ଧି, ଚିମ୍ନୀ ଉପରୁ ଟିକସ ହ୍ରାସ ।
-ସୁନା, ରୁପା, ପ୍ଲାଟିନମ ଗହଣା ଉପରେ ଟିକସ ବୃଦ୍ଧି ।
-ଆୟକର ସ୍ଲାବ ସୀମା ବୃଦ୍ଧି ଘୋଷଣା କଲେ ଅର୍ଥ ମନ୍ତ୍ରୀ।
-ଆୟକର ସ୍ଲାବ ସୀମା ୫ ଲକ୍ଷରୁ ୭ ଲକ୍ଷକୁ ବୃଦ୍ଧି ।
-ନୂଆ ଆୟକର ସ୍ଲାବ ପ୍ଲାନ ମଧ୍ୟ ଘୋଷଣା କଲେ ଅର୍ଥମନ୍ତ୍ରୀ ।
-୩ ଲକ୍ଷ ପର୍ୟ୍ୟନ୍ତ ବାର୍ଷିକ ଆୟ ପାଇଁ ଆୟକର ଶୂନ ।
-୩ରୁ ୬ ଲକ୍ଷ ଆୟ ପାଇଁ ଆୟକର ୫% ।
-୬ରୁ ୯ ଲକ୍ଷ ଆୟ ପାଇଁ ଆୟକର ୧୦% ।
-୯ରୁ ୧୨ ଲକ୍ଷ ପାଇଁ ଆୟକର ୧୫% ।
-୧୨ରୁ ୧୫ ଲକ୍ଷ ଆୟ ପାଇଁ ଆୟକର ୨୦% ।
-୧୫ ଲକ୍ଷରୁ ଅଧିକ ଆୟ ପାଇଁ ଆୟକର ୩୦% ।
କରୋନା କାରଣରୁ ବିଶ୍ୱର ଅର୍ଥନୀତିର ଗତି କମିଛି । ମାହମାରି ପରେ ଦେଶର ଅର୍ଥନୀତିକୁ ଆଗକୁ ନେବାକୁ କାମ ହୋଇଛି । ମହାମାରୀର ସଫଳ ଏବଂ ଦୃଢତାର ସହ ମୁକାବିଲା କରିଛି ଦେଶ । ସାରାଦେଶରେ ଟୀକାକରଣ ପ୍ରୋଆକ୍ଟିଭ ମୋଡ଼ରେ କରାଯାଇଛି । ୧୨୦ କୋଟି ଲୋକଙ୍କୁ ୨୨୦ କୋଟି ଡୋଜ ଟୀକା ଦିଆଯାଇଛି । ସବକା ସାଥ ସବକା ପ୍ରୟାସରେ କାମ ହୋଇଛି । ଏବେ କିନ୍ତୁ ସଠିକ ଦିଶାରେ ରହିଛି ଭାରତର ଅର୍ଥନୀତି । ବିକାଶ ପଥରେ ରହିଛି ଅର୍ଥନୀତି ।
ଆଉ ବର୍ଷେ ଯାଏଁ ମାଗଣା ଅନ୍ନ ଯୋଜନା କରାଯାଇଛି । ସମାଜର ସବୁ ବର୍ଗଙ୍କୁ ଗୁରୁତ୍ୱ ଦିଆଯାଉଛି । ୨୮ ମାସ ଯାଏଁ ୮୦ହଜାର ଲୋକଙ୍କୁ ମାଗଣା ରାସନ ଯୋଗାଇ ଦିଆଯାଉଛି । ଅନ୍ୟପଟେ ପିଏମ ସୁରକ୍ଷା ଯୋଜନାରେ ଲାଭ ପାଉଛନ୍ତି ଦେଶର ୪୪ କୋଟି ଜନତା । ପ୍ରତି ବ୍ୟକ୍ତିର ମୁଣ୍ଡପିଛା ଆୟ ୨ଗୁଣ ବଢି ୧.୯୭ ଲକ୍ଷରେ ପହଞ୍ଚିଛି ।
ଚଳିତ ବର୍ଷରେ ଆର୍ଥିକ ଅଭିବୃଦ୍ଧି ହାର ୭% ଆକଳନ କରାଯାଇଛି । ସାରା ବିଶ୍ୱରେ ଭାରତ ପଞ୍ଚମ ବୃହତମ ଅର୍ଥନୀତି ହୋଇପାରିଛି । ୯.୬ କୋଟି ଏଲପିଜି କନେକ୍ସନ ଦିଆଯାଇଛି । ୪୭ କୋଟି ପ୍ରଧାନମନ୍ତ୍ରୀ ଜନଧନ ଆକାଉଣ୍ଟ ଖୋଲାଯାଇଛି ।