କୁଆଖାଇ ବାଲିଯାତ୍ରା ଘାଟରେ ବୁଡ଼ିଗଲେ ୫ ଯୁବକ, ଉଦ୍ଧାର ସମସ୍ତ ଯୁବକ ଏକ ଘରୋଇ ଶିକ୍ଷାନୁଷ୍ଠାନର

0

ଭୁବନେଶ୍ବର (ଆମ ଟିଭି): ଭୁବନେଶ୍ବର ଉପକଣ୍ଠ କୁଆଖାଇ ନଦୀ ବାଲିଯାତ୍ରା ଘାଟରେ ବୁଡ଼ିଗଲେ ୫ ଯୁବକ, ଜଣେ ଗୁରୁତର ।  ଉଦ୍ଧାର ହୋଇଇବା ଗୁରୁତରଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ବାଲିଯାତ୍ରା ପଡ଼ିଆ ନିକଟରେ ଗାଧୋଇବା ବେଳେ ଅଘଟଣ ଘଟିଥିଲା। ଗାଧୋଇବା ବେଳେ ୫ ଜଣ ଯୁବକ ଭାସିଯାଇଥିଲେ ।  ୪ ଜଣଙ୍କୁ ଦମକଳ ବାହିନୀ ଓ ଉପସ୍ଥିତ ଥିବା ଲୋକେ ଉଦ୍ଧାର କରିଥିଲେ । ଉଦ୍ଧାର ସମସ୍ତ ଯୁବକ ଏକ ଘରୋଇ ଶିକ୍ଷାନୁଷ୍ଠାନର ଛାତ୍ର ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.