ସିକ୍କିମରେ ପ୍ରଳୟଙ୍କରୀ ବନ୍ୟା: ମୃତ୍ୟୁ ସଂଖ୍ୟା ୨୭କୁ ବୃଦ୍ଧି

0

ନୂଆଦିଲ୍ଲୀ(ଆମ ଟିଭି): ସିକ୍କିବରେ ହୋଇଥିବା ପ୍ରଳୟଙ୍କରୀ ବନ୍ୟା ଫଳରେ ସେଠାରେ ସ୍ଥିତି ସଙ୍ଗୀନ ହେବାରେ ଲାଗିଛି । ଏହାରି ଭିତରେ ବନ୍ୟାରେ ମୃତ୍ୟୁ ସଂଖ୍ୟା ୨୭ ଛୁଇଁଛି । ଏବେବି ୧୪୦ରୁ ଅଧିକ ଲୋକ ନିଖୋଜ ଅଛନ୍ତି । ବନ୍ୟାରେ ଭାସିଯାଇଥିବା ସେନା ଯବାନଙ୍କ ମଧ୍ୟରୁ ଏଯାଏଁ ମାତ୍ର ୪ଜଣଙ୍କର ମୃତଦେହ ମିଳିଛି । ଏବେବି ଉଦ୍ଧାର କାର୍ୟ୍ୟ ଜାରି ରହିଛି ।

ଶୁକ୍ରବାର ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗ ଓ କୁଚ୍ଛ ବିହାରରୁ ୬ଟି ଶବ ମିଳିଛି । ଏହାସହ ମୃତ୍ୟୁ ସଂଖ୍ୟା ୨୭ରେ ପହଞ୍ଚିଛି । ସିକ୍କିମର ନାଚମି ଓ ପାକୟୋଙ୍ଗ ଜିଲ୍ଲାରୁ ମିଳିଥିବା ତାଜା ଖବର ମୁତାବକ, ନିଖୋଜ ବ୍ୟକ୍ତିଙ୍କ ତାଲିକା ଗୋଟିଏ ଦିନର ବୃଦ୍ଧିପାଇ ୧୪୨ରେ ପହଞ୍ଚିଛି । ଗୁରୁବାର ନିଖୋଜଙ୍କ ସଂଖ୍ୟା ୭୮ଥିବାବେଳେ ଏଥିରେ ବୃଦ୍ଧି ହୋଇଥିବ ଜଣାପଡିଛି ।

 

Leave A Reply

Your email address will not be published.