ଫ୍ରାନ୍ସରେ ଭାରତୀୟଙ୍କୁ ନେଇଯାଉଥିବା ବିମାନକୁ ପୁଣି ଉଡାଣ ଭରିବାକୁ ଅନୁମତି ମିଳିଛି

0

ନୂଆଦିଲ୍ଲୀ:  ଭାରତୀୟ ବିମାନକୁ ମିଳିଲା ଉଡାଣର ଅନୁମତି । ଫ୍ରାନ୍ସରେ ଭାରତୀୟଙ୍କୁ ନେଇଯାଉଥିବା ବିମାନକୁ ପୁଣି ଉଡାଣ ଭରିବାକୁ ଅନୁମତି ମିଳିଛି । ଫ୍ରାନ୍ସର ବେଣ୍ଟ୍ରି ବିମାନବନ୍ଦରରେରେ ମଣିଷ ଚାଲାଣର ଅଭିଯୋଗରେ ଅଟକ ରହିଥିବା ବିମାନକୁ ଶେଷରେ ଉଡାଣ ପାଇଁ ଅନୁମତି ଦିଆଯାଇଛି । ଏହି ବିମାନରେ ୩୦୩ ଜଣ ଯାତ୍ରୀ ଥିବା ବେଳେ ସେମାନଙ୍କ ମଧ୍ୟରୁ ଅନେକ ଭାରତୀୟ ଥିବା ଜଣାପଡିଥିଲା । ସୂଚନା ଅନୁସାରେ , ବିମାନଟି ବେଣ୍ଟ୍ରି ବିମାନବନ୍ଦରରେ ନିଜର ଇନ୍ଧନ ଭରିବା ପାଇଁ ଅଟକି ଥିଲା ।

ଏହି ସମୟରେ ଫ୍ରାନ୍ସର ଅଧିକାରୀ ମାନଙ୍କୁ ସୂଚନା ମିଳିଥିଲା ଯେ, ଏହି ବିମାନରେ ମଣିଷ ଚୋରା ଚାଲାଣ ପାଇଁ ଯାତ୍ରୀଙ୍କୁ ନିଆଯାଉଛି । ସେଥିପାଇଁ ସଙ୍ଗେ ସଙ୍ଗେ ବିମାନ ଉଡାଣକୁ ଅଟକ ରଖାଯାଇଥିଲା । ବେଣ୍ଟ୍ରି ବିମାନବନ୍ଦରର ରିସେପସନ୍ ହଲଟି ଯାତ୍ରୀଙ୍କ ଓ୍ବେଣ୍ଟିଂ ହଲରେ ପରିଣତ ହୋଇଯାଇଥିଲା । ସେଠାରେ ସମସ୍ତ ଯାତ୍ରୀଙ୍କୁ ଅଟକାଇ ରଖାଯାଇଥିଲା।

Leave A Reply

Your email address will not be published.