ସମ୍ଭାବ୍ୟ ବନ୍ୟା ସୂଚନା ଦେବ ‘ଫ୍ଲଡୱାଚ୍’ ମୋବାଇଲ ଆପ୍

0

ନୂଆଦିଲ୍ଲୀ (ଆମ ଟିଭି): ସମ୍ଭାବ୍ୟ ବନ୍ୟା ସମ୍ପର୍କରେ ସୂଚନା ପ୍ରଦାନ ଓ ବନ୍ୟା ଉପରେ ଦୃଷ୍ଟି ଦେବା ପାଇଁ ଏକ ନୂଆ ମୋବାଇଲ ଆପ ଆରମ୍ଭ ହୋଇଛି । ଏହି ମୋବାଇଲ ଆପର ନାଁ ହେଉଛି ଫ୍ଲଡୱାଚ । ଏହି ମୋବାଇଲ ଆପ ମାଧ୍ୟମରେ ବନ୍ୟାର ବାସ୍ତବ ସ୍ଥିତି ଜାଣିହେବ । ସେହିପରି ଏହି ଆପ ଜରିଆରେ ପରବର୍ତ୍ତୀ ୭ ଦିନ ପର୍ୟ୍ୟନ୍ତ ସମ୍ଭାବ୍ୟ ଫଳାଫଳର ସୂଚନା ମଧ୍ୟ ମିଳିପାରିବ ।

କେନ୍ଦ୍ରୀୟ ଜଳ ଆୟୋଗର ଅଧ୍ୟକ୍ଷ କୁଶବିନ୍ଦର ବୋହରା ଆଜି ନୂଆଦିଲ୍ଲୀରେ ଏହି ଆପର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ଶ୍ରୀ ବୋହରା କହିଛନ୍ତି ଯେ ଏହି ଆପ ମାଧ୍ୟମରେ ସମ୍ଭାବିତ ବନ୍ୟା ସମ୍ପର୍କରେ ସଠିକ ସୂଚନା ମିଳିପାରିବ। ଏଥିରେ ଉପଗ୍ରହରୁ ମିଳୁଥିବା ସୂଚନା ଓ ବାସ୍ତବ ସ୍ଥିତିକୁ ଆଧୁନିକ ଜ୍ଞାନକୌଶଳ ସହାୟତାରେ ବିଶ୍ଳେଷଣ କରାଯାଇ ସୂଚନା ଦିଆଯିବ। ଏହାଦ୍ୱାରା ବନ୍ୟା ଦ୍ୱାରା ହେଉଥିବା ବିତ୍ପାତ କମ କରାଯାଇ ପାରିବ।

Leave A Reply

Your email address will not be published.