ଏମ୍ସରେ ମୃତ୍ୟୁ ସହିତ ସଂଗ୍ରାମ କରୁଛନ୍ତି FM ଛାତ୍ରୀ ; ଆସନ୍ତା ୨୪ ଘଣ୍ଟା ବେଶ ଗୁରୁତ୍ଵପୂର୍ଣ୍ଣ

0

ଭୁବନେଶ୍ବର (ଆମ ଟିଭି): ଭୁବନେଶ୍ଵର ଏମ୍ସରେ ଜୀବନ ମୃତ୍ୟୁ ସହିତ ସଂଗ୍ରାମ କରୁଛନ୍ତି ବାଲେଶ୍ବର FM ଛାତ୍ରୀ । ଏକ ସ୍ଵତନ୍ତ୍ର ଡାକ୍ତରୀ ଟିମ୍ ତାଙ୍କର ଚିକିତ୍ସା କରୁଛନ୍ତି । ଛାତ୍ରୀଙ୍କ ଡାଇଲିଲିସ୍ ଚାଲିଥିବା ଜଣାପଡ଼ିଛି । ଭୁବନେଶ୍ଵର ଡାକ୍ତରୀ ଟିମ୍ ଦିଲ୍ଲୀ ଏମ୍ସର ଡାକ୍ତରୀ ଟିମ୍ ସହିତ ଆଲୋଚନା କରି ଚିକିତ୍ସା କରୁଥିବା ଜଣାପଡ଼ିଛି । ଏବେ ବି ତାଙ୍କର ଅବସ୍ଥା ସଂକଟାପନ୍ନ ଅଛି । ଆସନ୍ତା ୨୪ ଘଣ୍ଟା ବେଶ୍ ଗୁରୁତ୍ଵପୂର୍ଣ୍ଣ । ପୀଡ଼ିତାଙ୍କ ଶରୀରର ୯୫ ପ୍ରତିଶତ ପୋଡ଼ି ଯାଇଥିବାରୁ ସ୍ଥିତି ସାଂଘାତିକ ହୋଇଯାଇଛି । ଶ୍ଵାସନଳୀ ମଧ୍ୟ ପ୍ରଭାବିତ ହୋଇଛି । ଫୁସଫୁସ ଓ କିଡନି ପ୍ରଭାବିତ ହୋଇଛି । ପୀଡ଼ିତାଙ୍କୁ ICU ଭେଣ୍ଟିଲେଟରରେ ରଖାଯାଇଛି । ପୀଡିତାଙ୍କ ସାସ୍ଥ୍ୟାବସ୍ଥା ବୁଝିବା ପାଇଁ ଆଜି ଏମ୍ସରେ ଭିଡ଼ ଦେଖିବାକୁ ମିଳିଛି । ଡାକ୍ତରମାନେ ପ୍ରାଣପଣେ ଚେଷ୍ଟା କରୁଛନ୍ତି ପୀଡ଼ିତାଙ୍କୁ ସୁସ୍ଥ କରିବା ପାଇଁ । ସେପଟେ ପରିବାର ଲୋକେ ମଧ୍ୟ ଭଗବାନଙ୍କୁ ପ୍ରାର୍ଥନା କରୁଛନ୍ତି, ଝିଅଟି ସୁସ୍ଥ ହୋଇ ଯାଉ।

ସେହିପରି FM ଛାତ୍ରୀ ପ୍ରସଙ୍ଗରେ ଚାଲିଛି ଛାନଭିନ୍। କ୍ରାଇମବ୍ରାଞ୍ଚର ଏକ ଟିମ୍ ବାଲେଶ୍ଵରରେ ରହି ଅନୁଧ୍ୟାନ କରୁଛି। ଏହି ଟିମ୍ ଆଜି ମଧ୍ୟ କଲେଜକୁ ଯାଇ ପ୍ରିନ୍ସପାଲ ଓ ICC ସଦସ୍ୟଙ୍କୁ ପଚରା ଉଚରା କରିବାର ସମ୍ଭାବନା ଅଛି। ଗତକାଲି ୩ ଘଣ୍ଟା ଧରି ସେମାନଙ୍କୁ ଜେରା କରାଯାଇଥିଲା। କେମିତି ଏହି ଘଟଣା ଘଟିଲା, କିଏ ଦାୟୀ, ଛାତ୍ରୀକୁ କିଏ ଉସୁକାଇଥିଲା, ଏତେ ବଡ଼ ଚରମ ପଦକ୍ଷେପ ସେ କାହିଁକି ନେବାକୁ ବାଧ୍ୟ ହେଲେ, ଏସବୁ ପ୍ରଶ୍ନର ଉତ୍ତର ଖୋଜୁଛି କ୍ରାଇମବ୍ରାଞ୍ଚ ଟିମ୍। ଗତକାଲି ୩ ଘଣ୍ଟାରୁ ଅଧିକ ସମୟ ଧରି ସେମାନେ ନିଲମ୍ଵିତ ପ୍ରିନ୍ସପାଲ, ICC କୁ ପଚରା ଉଚରା କରିଥିଲେ। ପୁନର୍ବାର ସମସ୍ତଙ୍କୁ ଡକାଯାଇ ତଦନ୍ତ କରାଯିବ।

Leave A Reply

Your email address will not be published.