ବାତ୍ୟା ପାଇଁ ପରିବା ଦର ଆକାଶଛୁଆଁ: ପିଆଜ ୭୦, ଆଉ ଆଳୁ…

0

ଭୁବନେଶ୍ୱର(ଆମ ଟିଭି): ସମ୍ଭାବ୍ୟ ବାତ୍ୟା ‘ଦାନା’ର ପ୍ରଭାବ ଏବେଠାରୁ ବାରଙ୍ଗ ଅଞ୍ଚଳରେ ଦେଖିବାକୁ ମିଳିଛି। ବାରଙ୍ଗ ବଜାର ପରିବା ମାର୍କେଟରେ ପରିବା ମୂଲ୍ୟ ଅହେତୁକ ଭାବେ ବୃଦ୍ଧି ପାଇଛି। ବାରଙ୍ଗ ପରିବା ବ୍ୟବସାୟୀ ବିଶେଷ କରି କଟକ ଛତ୍ରବଜାରରୁ ପରିବା ସଂଗ୍ରହ କରୁଥିବାବେଳେ ବାରଙ୍ଗ ଆଖପାଖ ଅଞ୍ଚଳରେ ହେଉଥିବା ପରିବା ଏଠାକୁ ବିକ୍ରି ହେବାକୁ ଆସିଥାଏ। ଫଳରେ ଆଖପାଖ ୫୦ରୁ ଊର୍ଦ୍ଧ୍ୱ ଗ୍ରାମବାସୀ ଏହି ପରିବା ମାର୍କେଟ ଉପରେ ନିର୍ଭର କରିଥାନ୍ତି। ଏହି ସୁଯୋଗରେ ବ୍ୟବସାୟୀମାନେ ବାତ୍ୟା ନାଁରେ ପରିବା ମୂଲ୍ୟ ଆଶାଠାରୁ ଅଧିକ ବଢାଇ ଦେଇଥିବା ଜଣାପଡ଼ିଛି।

ମଙ୍ଗଳବାର ବାରଙ୍ଗରେ ଆଳୁ କିଗ୍ରା ପିଛା ମୂଲ୍ୟ ୬୦ ଟଙ୍କା, ପିଆଜ ୭୦ ଟଙ୍କା ହୋଇଥିବାବେଳେ ଅନ୍ୟ ପରିବା ମୂଲ୍ୟ ସର୍ବନିମ୍ନ ୬୦/୭୦ ଟଙ୍କାରୁ କମ୍‌ ନ ଥିବା ଦେଖିବାକୁ ମିଳିଛି। ବାତ୍ୟା ପାଇଁ ପରିବା ମାର୍କେଟରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି। ଲୋକମାନେ ବାଧ୍ୟ ହୋଇ ପରିବା ମୂଲ୍ୟ ଯାହାବି ହେଉ କିଣି ନେଉଥିବା ଦେଖିବାକୁ ମିଳିଛି।

Leave A Reply

Your email address will not be published.