୨୦୨୨ ପାଇଁ ମେଡିସିନ କ୍ଷେତ୍ରରେ ନୋବେଲ ପୁରସ୍କାର ପାଇବେ ବୈଜ୍ଞାନିକ ସ୍ୱାନ୍ତେ ପାବୋ

0

ନୂଆଦିଲ୍ଲୀ (ଆମ ଟିଭି): ୨୦୨୨ ପାଇଁ ଘୋଷଣା ହୋଇଛି ନୋବେଲ ପୁରସ୍କାର। ମେଡିସିନ୍ କ୍ଷେତ୍ରରେ ଦିଆଯାଉଥିବା ନୋବେଲ ପୁରସ୍କାର ଘୋଷଣା ହୋଇଛି। ସାଇକୋଲୋଜୀ ଓ ଔଷଧ ପାଇଁ ୨୦୨୨ ନୋବେଲ୍ ପୁରସ୍କାର ପାଇବେ ସୁଇଡେନ୍‌ ବୈଜ୍ଞାନିକ ସ୍ୱାନ୍ତେ ପାବୋ। ମାନବବିବର୍ତ୍ତନ ସମ୍ପର୍କିତ ଗବେଷଣା ପାଇଁ ତାଙ୍କୁ ୨୦୨୨ ନୋବେଲ୍ ପୁରସ୍କାର ମିଳିବ।

ସ୍ୱାନ୍ତେ ସୁଇଡେନ୍‌ରେ ଜଣେ ଜେନେଟିଷ୍ଟ। ସେ ବିକାଶବାଦୀ ଆନୁବଂଶୀକ ସ୍ପେଶାଲିଷ୍ଟ। ହୋମିନିନ୍‌ ଓ ମାନବ ବିକାଶର ଜେନୋମ୍ ସମ୍ବନ୍ଧିତ ରିସର୍ଚ ପାଇଁ ସ୍ୱାନ୍ତେଙ୍କୁ ନୋବେଲ୍ ପୁରସ୍କାର ଦିଆଯାଇଛି। ନୋବେଲ କିମିଟର ସଚିବ ଥୋମାସ ପେର୍ଲମ୍ୟାନ୍ ଓ ଷ୍ଟକହୋମ, ସ୍ୱିଡେନ୍‌ର କ୍ୟାରୌଲିନସ୍କା ଇନ୍‌ଷ୍ଟିଚ୍ୟୁଟରେ ସୋମବାର ବିଜେତା ଘୋଷଣା କରାଯାଇଛି।

ଚିକିତ୍ସା କ୍ଷେତ୍ରରେ ନୋବେଲ୍‌ ପୁରସ୍କାର ସହିତ ଅନ୍ୟ କ୍ଷେତ୍ରରେ ମଧ୍ୟ ପୁରସ୍କାର ଘୋଷଣା ଆରମ୍ଭ ହୋଇଯାଇଛି। ମଙ୍ଗଳବାରରେ ଭୌତିକ ବିଜ୍ଞାନ କ୍ଷେତ୍ରରେ ନୋବେଲ ପୁରସ୍କାର ଘୋଷଣା କରାଯିବ। ସେହିପରି ବୁଧବାର ରସାୟନ ବିଜ୍ଞାନ ପାଇଁ, ଗୁରବାର ସାହିତ୍ୟ ପାଇଁ ନୋବେଲ୍‌ ପୁରସ୍କାର ଘୋଷଣା କରାଯିବ ବୋଲି ପୁରସ୍କାର ବିତରକ ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି। 

Leave A Reply

Your email address will not be published.