ଆହୁରି ୨୪ ଘଣ୍ଟା ପର୍ଯ୍ୟନ୍ତ ତାତିରୁ ମିଳିବନି ନିସ୍ତାର

0

ଭୁବନେଶ୍ୱର (ଆମ ଟିଭି): ସାରା ରାଜ୍ୟରେ ଜାରି ରହିଛି ପ୍ରବଳ ଗ୍ରୀଷ୍ମ ପ୍ରବାହ । ପ୍ରଚଣ୍ଡ ତାତିରେ ସନ୍ତୁଳି ହେଉଛି ସାରା ରାଜ୍ୟ । ସକାଳ ୮ଟା ପାଖରୁ ଆକାଶରୁ ନିଆଁ ବର୍ଷୁଛି । ଉପକୂଳରୁ ଉପାନ୍ତ ଅସହ୍ୟ ତାତିରେ କଳବଳ ହେଉଛି । ଆଜି ମଧ୍ୟ ସାରା ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏହାକୁ ଆଖିରେ ରଖି ରାଜ୍ୟର ୬ଟି ଜିଲ୍ଲା ପାଇଁ ହିଟୱେଭ ଆଲର୍ଟ ଜାରି କରାଯାଇଛି । ସେହି ଜିଲ୍ଲାଗୁଡିକ ହେଇଛି ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ, ସମ୍ବଲପୁର, ସୋନପୁର ଓ ବୌଦ୍ଧ ।

ପ୍ରବଳ ଗରମରେ ସାରା ଓଡିଶା ଆଉଟୁପାଉଟୁ ହେଉଥିଲା ବେଳେ ଆଞ୍ଚଳିକ ପାଣିପାଗ କେନ୍ଦ୍ର ଆକଳନ କରିଛି ଶୁକ୍ରବାର ଠାରୁ ପାଗ ପରିବର୍ତ୍ତନ ହୋଇପାରେ । କାଳବୈଶାଖୀ ପ୍ରଭାବରେ ୨୧ରୁ ୨୩ ତାରିଖ ମଧ୍ୟରେ ଓଡିଶାର ଅଧିକାଂଶ ସହରର ତାପମାତ୍ରା ୨ରୁ ୪ ଡିଗ୍ରୀ କମିପାରେ । ୨୧ ତାରିଖରେ ରାଜ୍ୟର ୮ଟି ଜିଲ୍ଲାରେ କାଳବୈଶାଖୀ ବର୍ଷା ସମ୍ଭାବନା ରହିଛି । କୋରାପୁଟ, ମାଲକାନଗିରି, ଗଜପତି, ଗଂଜାମ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ ଓ ରାୟଗଡା ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ କାଳବୈଶାଖୀ ବର୍ଷା ହୋଇପାରେ ।

Leave A Reply

Your email address will not be published.