ଏହି ମାନଙ୍କ ପାଇଁ ମୁଁ କରୋନା ଭାଇରସ,, ଦିଗବିଜୟ ସିଂହ

0

ନୂଆଦିଲ୍ଲୀ :ପୁଣି ଥରେ ଜୋରସୋରରେ କଂଗ୍ରେସ, ବିଜେପି ମଧ୍ୟରେ ଆରମ୍ଭ ହୋଇଛି ବାକ୍‌ ଯୁଦ୍ଧ । ମଧ୍ୟପ୍ରଦେଶର ଜଳ ସମ୍ପଦ ମନ୍ତ୍ରୀ ତଥା ବିଜେପି ନେତା ତୁଳସିରାମ ଶିଲୱାଟ ପୁରୁଖା କଂଗ୍ରେସ ନେତା ଦିଗବିଜୟ ସିଂଙ୍କୁ କରୋନା ଭାଇରସ କହିବାକୁ ପଛାଇ ନାହାନ୍ତି। ଆଉ ଏହାର ମୁହଁତୋଡ଼ ଜବାବ ଦେଇ ମୁଁ ବିଜେପି ପାଇଁ ତଥା ଆରଏସ୍‌ଏସ୍‌ ପାଇଁ କରୋନା ଭାଇରସ ବୋଲି କହିଛନ୍ତି ଏହି ଭେଟରାନ ନେତା ।

ବିଜେପି ନେତା ତଥା ମଧ୍ୟପ୍ରଦେଶର କ୍ୟାବିନେଟ ମନ୍ତ୍ରୀ ତୁଳସିରାମ ସିଲୱାଟଙ୍କ କରୋନା ଭାଇରସ ମନ୍ତବ୍ୟକୁ ନେଇ ଆରମ୍ଭ ହୋଇଛି ଏହି ଝଡ଼ । ଥରେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଇ ତୁଳସିରାମ ଦିଗବିଜୟ ସିଂଙ୍କୁ କଂଗ୍ରେସ ପାଇଁ କରୋନା ଭାଇରସ୍’ ବୋଲି କହିଥିଲେ। ଏଥିସହ ଦିଗବିଜୟଙ୍କୁ ଚାଇନାରେ ପୁନଃଜନ୍ମ ଦେବାକୁ ପ୍ରଭୁ ମହାକାଳଙ୍କ ନିକଟରେ ପ୍ରାର୍ଥନା କରିବି ବୋଲି ବି କହିବାକୁ ପଛାଇ ନ ଥିଲେ।

ଏହା ଶୁଣି ରାଗି ନିଆଁ ବାଣ ହୋଇ ଯାଇଥିବା ଦିଗବିଜୟ ସିଂ ନିଜକୁ କରୋନା ଭାଇରସ ବୋଲି ସ୍ୱୀକାର କରିଛନ୍ତି। ମାତ୍ର କଂଗ୍ରେସ ପାଇଁ ନୁହଁ ମୁଁ ବିଜେପି ଓ ଆରଏସ୍‌ଏସ୍‌ ପାଇଁ ମହାମାରୀ ବୋଲି ସେ ସଫାସଫା ଶୁଣାଇ ଦେଇଛନ୍ତି। ତୁଳସିରାମ ସିଲୱାଟ ପୂର୍ବରୁ କଂଗ୍ରେସରେ ଥିବା ବେଳେ ଦଳ ଛାଡ଼ି ୨୦୨୦ରେ ବିଜେପିରେ ଯୋଗ ଦେଇଥିଲେ। ସେ ବିଜେପି ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଖାସ୍‌ ଅନୁଗତ ହୋଇଥିବା ବେଳେ ଏବେ ରାଜ୍ୟ ସରକାରରେ କ୍ୟାବିନେଟ ମନ୍ତ୍ରୀ ଅଛନ୍ତି।

ତେବେ ବିଜେପିରେ ଯୋଗ ଦେବା ପରଠୁ ହଠାତ୍‌ କିପରି ସିଲୱାଟଙ୍କ ବ୍ୟବସାୟ ବଢ଼ିଗଲା ତଥା ସେ କିପରି ଏବେ କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି ବୋଲି ପ୍ରଶ୍ନ ପଚାରିଛନ୍ତି ଦିଗବିଜୟ ସିଂ ।

Leave A Reply

Your email address will not be published.