ଯେଉଁମାନଙ୍କ ଲାଗି ମୋତେ ଦେଶରୁ ତଡିଥିଲେ ସେମାନଙ୍କ ଲାଗି ନିଜେ ଗାଦିଚ୍ୟୁତ ହେଲେ’ : ତସଲିମା ନସରିନ୍

0

ବାଂଲାଦେଶରେ ଜାରି ରହିଛି ରାଜନୈତିକ ଅସ୍ଥିରତା। ଆଉ ଏଥିପାଇଁ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସୀନାଙ୍କୁ ହିଁ ଦାୟୀ କରିଛନ୍ତି ବାଂଲାଦେଶର ଜଣାଶୁଣା ଲେଖିକା ତଥା ସାମାଜିକ କର୍ମୀ ତସଲିମା ନସରିନ। ହିଂସା ନିଆଁରେ ବାଂଲାଦେଶ ଜଳୁଥିବା ନେଇ ଉଦବେଗ ପ୍ରକାଶ କରିଛନ୍ତି ତସଲିମା। ଏହି ପରିସ୍ଥିତି ପାଇଁ ସେ ଶେଖ ହସିନାଙ୍କୁ ଦାୟୀ କରିଛନ୍ତି। ବାଂଲାଦେଶରୁ ନିର୍ବାସିତ ହେବା ପରେ ଭାରତରେ ରହୁଥିବା ତସଲିମା ନସରିନ୍ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଲେଖିଛନ୍ତି ଯେଉଁମାନଙ୍କୁ ଖୁସି କରିବା ପାଇଁ ଶେଖ ହସିନା ତାଙ୍କୁ ଦେଶରୁ ବାହାର କରିଥିଲେ। ଆଜି ସେମାନଙ୍କ ଯୋଗୁଁ ହସିନା ନିଜେ ଦେଶ ଛାଡ଼ିଛନ୍ତି। ଏଭଳି ସ୍ଥିତି ପାଇଁ ହସୀନା ନିଜେ ଦାୟୀ।

Leave A Reply

Your email address will not be published.