ନୂଆଦିଲ୍ଲୀ: ଇରାନ୍ ଗସ୍ତରେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର । ବୈଦେଶିକ ମନ୍ତ୍ରୀ ଡଃ ସୁବ୍ରମଣ୍ୟମ ଜୟଶଙ୍କର ଆଜିଠାରୁ ୨ ଦିନିଆ ଇରାନ ଗସ୍ତରେ ଯିବେ। ସେ ସେଠାରେ ଇରାନର ବିଦେଶ ମନ୍ତ୍ରୀ ଡଃ ହୁସେନ ଆମିର ଅବଦୁଲ୍ଲାହିୟାଙ୍କ ସହ ଉଭୟ ଦେଶ ଜଡିତ ପ୍ରସଙ୍ଗ ଉପରେ ଆଲୋଚନା କରିବେ।
ବିଶେଷ ଭାବେ ଉଭୟ ନେତା ଦ୍ୱିପକ୍ଷୀୟ, ଆଞ୍ଚଳିକ ଓ ବିଶ୍ଵସ୍ଥରୀୟ ପ୍ରସଙ୍ଗ ଗୁଡିକ ଉପରେ ଆଲୋଚନା କରିବେ। ବିଦେଶ ମନ୍ତ୍ରାଳୟ ସୂଚନା ଅନୁଯାୟୀ, ଉଭୟ ଦେଶ ରାଜନୈତିକ ସହଯୋଗ ଓ ଯୋଗାଯୋଗ ବିଷୟ ଉପରେ ଆଲୋଚନା କରିବେ।