ବିଜେପିରେ ମିଶିଲେ ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ

0

ନୂଆଦିଲ୍ଲୀ (ଆମ ଟିଭି): ବିଜେପିରେ ମିଶିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ । ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ୍ କୀରଣ ରେଡ୍ଡି ଶୁକ୍ରବାର ଦିନ ବିଜେପିରେ ଯୋଗ ଦେଇଛନ୍ତି । ସଂସଦୀୟ କାର୍ୟ୍ୟମନ୍ତ୍ରୀ ପହ୍ଲାଦ ଜୋଶୀ ତାଙ୍କୁ ଦଳର ସଦସ୍ୟତା ପ୍ରଦାନ କରିଛନ୍ତି । ଶୁକ୍ରବାର ସକାଳେ ଏନ କୀରଣ ରେଡ୍ଡୀ ପ୍ରଥମେ ବିଜେପି କାର୍ୟ୍ୟାଳୟରେ ପହଂଚିଥିଲେ । ଏହାପରେ ସେଠାରେ ଆୟୋଜିତ କାର୍ୟ୍ୟକ୍ରମରେ ବିଧିବଦ୍ଧ ଭାବେ ବିଜେପିରେ ଯୋଗ ଦେଇଥିଲେ । ଏହି କାର୍ୟ୍ୟକ୍ରମରେ ବିଜେପିର ମହାସଚିବ ଅରୁଣ ସିଂଙ୍କ ସମେତ ଅନ୍ୟ ବରିଷ୍ଠ ନେତାମାନେ ମଧ୍ୟ ଉପସ୍ଥିତ ଥିଲେ ।

ସୂଚନା ଥାଉକି କୀରଣ ରେଡ୍ଡି ମାର୍ଚ୍ଚମାସ ୧୨ ତାରିଖରେ କଂଗ୍ରେସର ଇସ୍ତଫା ଦେଇଥିଲେ । ଏହାକୁ ନେଇ କଂଗ୍ରେସର ବରିଷ୍ଠ ନେତା ତଥା ଲୋକସଭା ସଦସ୍ୟ ମଣିକମ ଟାଗୋର କଡ଼ା ପ୍ରତିକ୍ରିୟା ରଖିଥିଲେ । ସେ କହିଥିଲେ କି ଯେଉଁଲୋକମାନେ କଂଗ୍ରେସରୁ ସବୁକିଛି ହାସଲ କଲେ ଓ ଏବେ ଆନ୍ଧ୍ରପ୍ରଦେଶ କଂଗ୍ରେସକୁ ସମାପ୍ତ କରିବାକୁ ଚେଷ୍ଟା କରୁଛନ୍ତି । ଏନ୍ କୀରଣ ରେଡ୍ଡି ଅବିଭାଜିତ ଆନ୍ଧ୍ରପ୍ରଦେଶର ଶେଷ ମୁଖ୍ୟମନ୍ତ୍ରୀ ଥିଲେ । ରେଡ୍ଡି ମାର୍ଚ୍ଚ ୧୧ ତାରିଖରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କୁ ଏକ ଚିଠି ଲେଖିଥିଲେ । ଏଥିରେ ସେ ଜାତୀୟ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଉଥିବା କଥା ସ୍ପଷ୍ଟ କରିଥିଲେ । କେବଳ ସେତିକି ନୁହେଁ ୨୦୧୪ ମସିହାରେ ମଧ୍ୟ କୀରଣ ରେଡ୍ଡି କଂଗ୍ରେସରୁ ଇସ୍ତଫା ଦେଇଥିଲେ ।

 

Leave A Reply

Your email address will not be published.