ବିଜେଡିରେ ଯୋଗ ଦେଲେ କଂଗ୍ରେସର ପୂର୍ବତନ ବିଧାୟକ ଚିରଞ୍ଜିବୀ ବିଶ୍ୱାଳ

0

ଭୁବନେଶ୍ୱର (ଆମ ଟିଭି): ବିଜେଡିରେ ଯୋଗ ଦେଲେ କଂଗ୍ରେସର ପୂର୍ବତନ ବିଧାୟକ ଚିରଞ୍ଜିବୀ ବିଶ୍ୱାଳ । ହଜାର ହଜାର ସମର୍ଥକଙ୍କ ଗହଣରେ ଆସି ବିଜେଡିରେ ଯୋଗ ଦେଇଛନ୍ତି ଚିରଞ୍ଜିବୀ । ୨ ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ଓ ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ ହୋଇଛନ୍ତି ଚିରଞ୍ଜିବୀ ।

ବିଜେଡିରେ ସାମିଲ ପରେ ଚିରଞ୍ଜିବୀ କହିଛନ୍ତି, ମୁଖ୍ୟମନ୍ତ୍ରୀ ମୋତେ ବିଜେଡିରେ ସାମିଲ କରିଥିବାରୁ କୃତଜ୍ଞତା ଜଣାଉଛି । କିଛି ସ୍ୱାର୍ଥ ନେଇ ମୁଁ ଦଳକୁ ଆସିନାହିଁ । ତାଙ୍କ ବିକାଶମୂଳକ କାମରେ ଆକର୍ଷିତ ହୋଇଛି। ମୁଁ ଜଣେ ଦଳୀୟ କର୍ମୀ ଭାବରେ ଦଳରେ ରହିବି । ଦଳ ଯାହା କାମ ଦେବ କରିବି । ଆଗାମୀ ଦିନରେ ବିଜେଡିର ୧୨୦ରୁ ଅଧିକ ବିଧାୟକ ଓ ୧୫ ସାଂସଦ ଜିତେଇବାରେ ଗୁଣ୍ଡୁଚି ମୂଷାର ଭୂମିକା ନେବି।

Leave A Reply

Your email address will not be published.