ଭୁବନେଶ୍ୱର (ଆମ ଟିଭି) ବିଧିବଦ୍ଧ ଭାବେ ବିଜେଡି ଛାଡ଼ିଲେ କରଞ୍ଜିଆର ପୂର୍ବତନ ବିଧାୟକ ବିଜୟ କୁମାର ନାଏକ । ବିଜେଡି ଛାଡ଼ିବା ପରେ ଏବେ ସ୍ୱାଧୀନ ଭାବେ ନିର୍ବାଚନ ଲଢ଼ିବେ ବୋଲି କହିଛନ୍ତି ବିଜୟ । କରଞ୍ଜିଆରୁ ଟିକେଟ ଆଶାୟୀ ଥିବା ବିଜୟ ନାଏକଙ୍କୁ ଟିକେଟ ନମିଳିବାପରେ ସେ ଅସନ୍ତୋଷ ଝାଡ଼ିଛନ୍ତି । କରଞ୍ଜିଆରୁ ଏଥର ବାସନ୍ତି ହେମ୍ବ୍ରମକୁ ବିଜେଡି ଟିକେଟ ମିଳିଛି ।
ତେବେ ଦଳ ପକ୍ଷରୁ ଯେତେବେଳେ ଯେଉଁ ଦାୟିତ୍ୱ ଦିଆଯାଇଛି ସେ ତାକୁ ସୁଚାରୁ ରୂପେ ତୁଲାଇଛନ୍ତି କିନ୍ତୁ ଟିକେଟ ନଦେଇ ଦଳ ତାଙ୍କୁ ଅଣଦେଖ।। କରିଥିବାରୁ ସେ ବାଧ୍ୟ ହୋଇ ଦଳ ଛାଡ଼ିଥିବା କହିଛନ୍ତି। ଏବଂ କରଞ୍ଜିଆରୁ ସ୍ୱାଧୀନ ଭାବେ ନିର୍ବାଚନ ଲଢ଼ିବେ ବୋଲି କହିଛନ୍ତି ବିଜୟ ନାଏକ । ଏହାସହ କରଞ୍ଜିଆରେ ନିଜ ସମର୍ଥକଙ୍କ ସହ ପଦଯାତ୍ରା କରିବା ସହ ମନର କୋହ ସମ୍ଭାଳି ନପାରି କାନ୍ଦି ପକାଇଥିଲେ ବିଜୟ । ୨୦୦୯ ଓ ୨୦୧୪ରେ ବିଜେଡି ଟିକେଟରୁ କରଞ୍ଜିଆ ନିର୍ବାଚନ ମଣ୍ଡଳୀରୁ ଦୁଇ ଦୁଇ ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି ବିଜୟ ନାଏକ ।