ବିଜେଡି ଛାଡ଼ି ଆଜି କଂଗ୍ରେସରେ ଯୋଗ ଦେଇଛନ୍ତି କେନ୍ଦ୍ରାପଡ଼ାର ପୂର୍ବତନ ବିଧାୟିକା ସିପ୍ରା ମଲ୍ଲିକ

0

ବିଜେଡି ଛାଡ଼ି ଆଜି କଂଗ୍ରେସରେ ଯୋଗ ଦେଇଛନ୍ତି କେନ୍ଦ୍ରାପଡ଼ାର ପୂର୍ବତନ ବିଧାୟିକା ସିପ୍ରା ମଲ୍ଲିକ। ଭୁବନେଶ୍ୱରରେ କଂଗ୍ରେସ ଭବନରେ ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ଓ ବରିଷ୍ଠ ନେତା ପଞ୍ଚାନନ କାନୁନଗୋଙ୍କ ଉପସ୍ଥିତିରେ ସେ ଦଳରେ ଯୋଗ ଦେଇଥିଲେ।

କଂଗ୍ରେସରେ ଯୋଗ ଦେବା ପରେ ସିପ୍ରା ମଲ୍ଲିକ କହିଥିଲେ, ଆଜି ମୋ ପାଇଁ ଏକ ବଡ଼ ଦିନ। କଂଗ୍ରେସ ଦଳରେ ନୂତନ ଆରମ୍ଭ କରିବି। ମୋ ବାପା ଏହି ଦଳରେ ଥିଲେ। ମୁଁ ମଧ୍ୟ ଏହି ଦଳକୁ ଫେରିଥିବାରୁ ଅତ୍ୟନ୍ତ ଖୁସି। ଟିକେଟ ପାଇଁ ମୁଁ କିଛି ଆଲୋଚନା କରିନାହିଁ। କିନ୍ତୁ କେନ୍ଦ୍ରାପଡାରୁ ଲଢ଼ିବାକୁ ଆଶା ରଖିଛି। ଯଦି ଦଳ ମୋତେ ସୁଯୋଗ ଦେବ, ତା’ହେଲେ ମୁଁ ନିଶ୍ଚିତ କେନ୍ଦ୍ରାପଡ଼ାରୁ ନିର୍ବାଚନ ଲଢ଼ିବି। ନଚେତ ଦଳ ମୋତେ ଯେଉଁ ଦାୟିତ୍ୱ ଦେବ, ତାହାକୁ ସୁଚାରୁ ରୂପରେ ତୁଲାଇବି।

Leave A Reply

Your email address will not be published.