ପୂର୍ବତନ ମନ୍ତ୍ରୀ ରବି ନାରାୟଣ ନନ୍ଦ ଅସୁସ୍ଥ
ଜୟପୁର: ପୂର୍ବତନ ଗଣଶିକ୍ଷା ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ରବି ନାରାୟଣ ନନ୍ଦ ଅସୁସ୍ଥ ହୋଇଛନ୍ତି। ତାଙ୍କୁ ପ୍ରଥମେ ଜୟପୁରସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ପରେ ବିଶାଖାପାଟଣାସ୍ଥିତ ଏକ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିବା ବରିଷ୍ଠ ବିଜେଡି ନେତ୍ରୀ ତଥା ରବି ନାରାୟଣ ନନ୍ଦଙ୍କ ପତ୍ନୀ ଡ. ଇନ୍ଦିରା ନନ୍ଦ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ରବିନାରାୟଣ ନନ୍ଦ ଦକ୍ଷିଣ ଓଡ଼ିଶାର ଜଣେ ଅନ୍ୟତମ ଟାଣୁଆ ନେତା। ସେ ବିଧାୟକ ଭାବରେ ତିନି ଥର ନିର୍ବାଚନରେ ବିଜୟୀ ହୋଇଛନ୍ତି। ସେ ୨୦୦୦, ୨୦୦୪ ଓ ୨୦୦୯ ମସିହାରେ ହୋଇଥିବା ଓଡ଼ିଶା ବିଧାନସଭା ନିର୍ବାଚନରେ ଜୟପୁର ନିର୍ବାଚନ ମଣ୍ଡଳୀରୁ ବିଧାୟକ ହୋଇଥିଲେ। ୨୦୦୪ରେ ରବି ନନ୍ଦ ଜଳସେଚନ ରାଷ୍ଟ୍ରମନ୍ତ୍ରୀ ଥିଲେ। ସେହିପରି ୨୦୦୯ରେ ସେ ଗଣଶିକ୍ଷାମନ୍ତ୍ରୀ ହୋଇଥିଲେ।